ଦିନ ଦିପହରେ ସାମ୍ବାଦିକ ଓ ତାଙ୍କ ଭାଇଙ୍କୁ ଗୁଳିକରି ହତ୍ୟା: ଆର୍ଥିକ ସହାୟତା ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 18, 2019 IST

ଉତ୍ତରପ୍ରଦେଶ୧୮|୮: କୋତବାଲୀ ନଗରର ମାଧଭ ନଗରରେ ରହୁଥିବା ଆଶିଷ କୁମାର ଓ ତାଙ୍କ ସାନ ଭାଇ ଗୌରୀଙ୍କୁ ଦିନ ଦିପହରେ ଗୁଳିକରି ହତ୍ୟା କରାଯାଇଛି। ପରିବାର ଅନ୍ୟ ସଦସ୍ୟଙ୍କ ମଧ୍ୟରୁ ତାଙ୍କ ମାଆ ଓ ମାମା ଅଚେତ୍ ହୋଇଯିବା ପରେ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ସକାଳ ସାଢ଼େ ୯ଟାରେ ଏହିଭଳି  ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କୋତବାଲୀ ନଗରର ମାଧଭ ନଗର ଥାନା ଅଞ୍ଚଳରେ ରହୁଥିବା ଆଶିଷ କୁମାର ଏକ ସମାଚାର ପତ୍ରିକାରେ କାର୍ଯ୍ୟ କରୁଥିଲେ। ଡ୍ରେନ୍‌ରେ ଅଳିଆ  ପକାଇବାକୁ ନେଇ ତାଙ୍କ ଘର ସାମ୍ନାରେ ରହୁଥିବା ମହୀପାଲ ସାଇନିଙ୍କ ସହ ତାଙ୍କର ଝଗଡା ହୋଇଥିଲା। ଏହି ବିବାଦକୁ କେନ୍ଦ୍ରକରି ମହିପାଲଙ୍କ ପରିବାର ଲୋକ ତାଙ୍କ ଘରେ ପଶି ଫାରିଂ ଆରମ୍ଭ କରି ଦେଇଥିଲେ। ଘଟଣାସ୍ଥଳରେ ଆଶୀଷ କୁମାରଙ୍କ ସାନ ଭାଇର ମୃତ୍ୟୁ ହୋଇଯାଇଥିଲା। ଆଶୀଷଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ମୃତକ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ବାବଦକୁ ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.