ଶାହିନ୍ ବାଗ୍: ପ୍ରଥମ ଦିନର ଆଲୋଚନା ଶେଷ, ଗୁରୁବାର ପୁଣି ଆନ୍ଦୋଳନକାରୀଙ୍କ ସହ କଥା ହେବେ ବାର୍ତ୍ତାକାର

Published By : Prameya-News7 Bureau | February 19, 2020 IST

ନୂଆଦିଲ୍ଲୀ ୧୯।୨:  ସୁପ୍ରିମୋକୋର୍ଟଙ୍କ ମଧ୍ୟସ୍ଥ ବାର୍ତ୍ତାକାର ପାନେଲର ୨ ସଦସ୍ୟ ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ବୁଧବାର ଶାହିନବାଗ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମ ଦିନ ଆଲୋଚନା ଶେଷରେ ସଞ୍ଜୟ ହେଗଡେ ବିକ୍ଷୋଭକାରୀଙ୍କୁ ପୁଣି ଗୁରୁବାର କଥାବାର୍ତ୍ତା ଲାଗି ଆସିବେ ବୋଲି କହିଛନ୍ତି।

{"id":226449,"sizeSlug":"large"}

ନାଗରିକ ସଂଶୋଧିତ ଆଇନ (ସିଏଏ) ଓ ଏନଆରସି ବିରୋଧରେ ଏଠାରେ ଲୋକେ ଗତ ୬୫ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। ଏଥିରେ ଦିଲ୍ଲୀରୁ ନୋଏଡାକୁ ସଂଯୁକ୍ତ କରୁଥିବା ମାର୍ଗକୁ ଖାଲି କରାଇବା ଲାଗି ସୁପ୍ରିମକୋର୍ଟରେ ରୁଜୁ ଏକ ଆବେଦନ ଉପରେ ଏବେ ଶୁଣାଣି ହେଉଛି। ଏଥିରେ କୋର୍ଟ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଲାଗି ୨ ମଧ୍ୟସ୍ଥଙ୍କୁ ନିଯୁକ୍ତ କରିଛନ୍ତି। ସେମାନେ ଆନ୍ଦୋଳନକାରୀଙ୍କୁ ସମ୍ପୃକ୍ତ ଅଞ୍ଚଳ ବ୍ୟତୀତ ଅନ୍ୟ ଯେ କୌଣସିଠାରେ ଆନ୍ଦୋଳନ ଲାଗି ପ୍ରବର୍ତାଇବେ। 

{"id":226450,"sizeSlug":"large"}

ଆଲୋଚନା ଲାଗି ଆନ୍ଦୋଳନକାରୀଙ୍କୁ ବୁଝାଇବା ଲାଗି ପହ଼ଞ୍ଚିଥିବା ସୁପ୍ରିମକୋର୍ଟଙ୍କ ୨ ମଧ୍ୟସ୍ଥ ସେଠାକୁ କୌଣସି ନିଷ୍ପତ୍ତି ଜଣାଇବାକୁ ଆସି ନଥିବା କହିଥିଲେ। ତେବେ ଆନ୍ଦୋଳନକାରୀଙ୍କ ହାତରେ ନିଷ୍ପତ୍ତି ଲାଗି ଖୁବ୍ କମ୍ ସମୟ ଥିବା ଜଣାଇ ଦେଇଥିଲେ। ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପୂର୍ବରୁ ସେଠାରୁ ଗଣମାଧ୍ୟମକୁ ଦୂରେଇ ଯିବାକୁ କହିବା ସହ ଆଲୋଚନା ପରେ ସମସ୍ତ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

{"id":226451,"sizeSlug":"large"}

ଗଣମାଧ୍ୟମ ହଟି ଯିବା ପରେ ସଞ୍ଜୟ ହେଗଡେ ପ୍ରଥମେ ଆନ୍ଦଳନକାରୀଙ୍କ ଆଗରେ କୋର୍ଟଙ୍କ ନିର୍ଦ୍ଦେଶ ପଢିଥିଲେ। ଏହି ଅବସରରେ ଓକିଲ ସଞ୍ଜୟ ହେଗଡେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ସଂଖ୍ୟାଲଘୁ ଆୟୋଗଙ୍କ ପୂର୍ବତନ ଅଧ୍ୟକ୍ଷ ବଜାହତ ହବିବୁଲ୍ଲା କୋର୍ଟରେ ପକ୍ଷ ରଖିବାକୁ ଆଗ୍ରହୀ ବୋଲି କହିଥିଲେ। କୋର୍ଟଙ୍କ ୨ ବାର୍ତ୍ତାକାର ସେଠାରୁ ଫେରିବା ପରେ ବଜାହତ ହବିବୁଲ୍ଲା ମଧ୍ୟ ଶାହିନବାଗ୍ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.