କେମିତି ଶରୀରରେ ଧିରେ ଧିରେ ମାଡିଚାଲେ କରୋନା, କ’ଣ ଦେଖାଏ ଲକ୍ଷଣ…

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୩: ସାରା ବିଶ୍ବରେ କରୋନା ଭାଇରସ୍ ତାର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୧୭୦ ଅତିକ୍ରମ କଲାଣି । କରୋନା ଭାଇରସ୍ ର ଲକ୍ଷଣ ସାଧାରଣତଃ ଥଣ୍ଡା, କାଶ ଭଳି । ସାଧାରଣ ଥଣ୍ଡା, କାଶ ଏବଂ ଶ୍ବାସକ୍ରିୟାରେ ସମସ୍ୟା COVID-19 ଲକ୍ଷଣ ହୋଇଥାଏ । ଯାହା ଫଳରେ ଲୋକମାନଙ୍କୁ ଏହି ମହାମାରୀକୁ ଚିହ୍ନିବାରେ ସମସ୍ୟା ହେଉଛି । ସାରା ବିଶ୍ବରେ କୋରୋନା ଭାଇରସ୍ ର ଆତଙ୍କ କିଛି ମାସ ଧରି ଜାରି ରହିଛି ।

{"id":240727,"width":572,"height":381,"sizeSlug":"large"}

ବୈଜ୍ଞାନିକମାନେ ଏବେ ଏହା କହିଛନ୍ତି ଯେ, ଦିନ ହିସାବରେ କରୋନା ଭାଇରସ୍ ର ଲକ୍ଷଣ କିଭଳି ହୋଇଥାଏ ଏବଂ କେବେ ଏହା ରୋଗୀର ଶରୀରରେ ସଂପୂର୍ଣ୍ଣ ଭାବେ ପ୍ରଭାବ ପକାଇବା ଆରମ୍ଭ କରିଥାଏ । ନିକଟରେ ଉହାନ ବିଶ୍ବବିଦ୍ୟାଳୟର ଝୋଙ୍ଗନାନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୩୮ ରୋଗୀଙ୍କୁ ନେଇ ଏକ ଗବେଷଣା କରାଯାଇଛି । ଗବେଷଣାରେ ରୋଗୀଙ୍କ ନିକଟରେ କିଛି ବିଶେଷ ଲକ୍ଷଣ ଚିହ୍ନଟ କରାଯାଇଛି ।

{"id":240728,"width":578,"height":290,"sizeSlug":"large"}

ଗବେଷଣାରୁ ଜଣାପଡିଛି ଯେ, ପ୍ରାୟ ୯୯ ପ୍ରତିଶତ ରୋଗୀଙ୍କ ଶରୀରରେ ତାପମାତ୍ରା ବହୁତ ଅଧିକ ଥିବାବେଳେ ଅଧାରୁ ଅଧିକ ଲୋକଙ୍କ ନିକଟରେ ଥକ୍କାପଣ ଏବଂ ଶୁଖିଲା କାଶର ଲକ୍ଷଣ ରହିଥିଲା । ସେହିଭଳି ଏକ ତୃତୀୟାଂଶ ଲୋକଙ୍କ ମାଂସପେଶୀରେ ଯନ୍ତ୍ରଣା ଏବଂ ଶ୍ବାସକ୍ରିୟାରେ ସମସ୍ୟା ହେଉଥିଲା ।

{"id":240729,"width":577,"height":305,"sizeSlug":"large"}

ଏହି ରୋଗକୁ ଦୁଇଟି ମୁଖ୍ୟ ସୋପାନରେ ବିଭକ୍ତ କରାଯାଇପାରେ । ପ୍ରଥମ ସୋପାନ ଯାହା ସାଧାରଣରେ ୭ଦିନ ପର୍ଯ୍ୟନ୍ତ ରହିଥାଏ । ଦ୍ବିତୀୟ ସୋପାନ ଯାହା ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ମାତ୍ର ୮୫ ପ୍ରତିଶତ ରୋଗୀ କରୋନା ଭାଇରସ୍ ର କେବଳ ପ୍ରଥମ ସୋପାନର ଲକ୍ଷଣ ଅନୁଭବ କରୁଛନ୍ତି । ଯେଉଁଠାରେ ସାତରୁ ଜଣେ ରୋଗୀଙ୍କଠାରେ ପୁରା ତିନି ସପ୍ତାହର ଲକ୍ଷଣ ଦେଖାଯାଇଛି ।

{"id":240730,"width":577,"height":431,"sizeSlug":"large"}

ଡାକ୍ତରଙ୍କ ଅନୁସାରେ ଦିନ ହିସାବରେ କରୋନା ଭାଇରସ୍ ର ଲକ୍ଷଣ ଦେଖାଯିବା ପରେ କ’ଣ କରିବା ଉଚିତ୍ ଜାଣନ୍ତୁ -

ପ୍ରଥମ ଦିନ :

ଭାଇରସ୍ ସଂକ୍ରମିତ ଅଧିକାଂଶ ରୋଗୀଙ୍କୁ ପ୍ରଥମେ ଥଣ୍ଡା ହୋଇଥାଏ । ଏହା ବ୍ୟତୀତ ଥକ୍କାପଣ, ମାଂସପେଶୀରେ ଯନ୍ତ୍ରଣା ଏବଂ ଶୁଖିଲା କାଶ ମଧ୍ୟ ହୋଇଥାଏ । କିଛି ଲୋକଙ୍କଠାରେ ୧-୨ ଦିନ ଯାଏଁ ବାନ୍ତି ଅଥବା ଡାଇରିଆର ଲକ୍ଷଣ ମଧ୍ୟ ଦେଖାଦେଇଥାଏ ।

ଦ୍ବିତୀୟ ଦିନ :

ଦ୍ବିତୀୟ ଦିନ ରୋଗୀଙ୍କୁ ଥକ୍କା ଲାଗିଥାଏ । କିଛି କାମ କରିବାକୁ ରୋଗୀ ନିଜକୁ ଅକ୍ଷମ ମଣିଥାନ୍ତି ।

ସପ୍ତମ ଦିନ :

ସପ୍ତମ ଦିନ ଅର୍ଥାତ୍ ପ୍ରଥମ ସୋପାନ ଶେଷ ହେବା ପର୍ଯ୍ୟନ୍ତ ୮୫ ପ୍ରତିଶତ ରୋଗୀଙ୍କଠାରେ ଏହିସବୁ ଲକ୍ଷଣ କମ୍ ହେବାକୁ ଲାଗିଥାଏ । ଯଦି ରୋଗୀ ଜଣଙ୍କ ଏକା ରହୁଛନ୍ତି ଏବଂ ଥଣ୍ଡା ଭଲ ହେବା ସହ ପୂର୍ବାପେକ୍ଷା ସୁସ୍ଥ ଅନୁଭବ କରୁଛନ୍ତି ତେବେ ସେ ସାଧାରଣରେ ସମସ୍ତଙ୍କ ସହ ମିଶିପାରିବେ ।

ଯଦି ରୋଗୀ ଅନ୍ୟମାନଙ୍କ ସହ ରହୁଛନ୍ତି ତେବେ ଆଉ ୭ଦିନ ପାଇଁ ଆଇସୋଲେସନରେ ରହିବା ଉଚିତ୍ । କାରଣ ଅନ୍ୟମାନଙ୍କୁ ଏହି ଭାଇରସ୍ ସଂକ୍ରମିତ କରିବାର ସମ୍ଭାବନା ରହିଥାଏ । ଯଦି ୭ଦିନ ପର୍ଯ୍ୟନ୍ତ ରୋଗୀଙ୍କର ଶ୍ବାସକ୍ରିୟାରେ ସମସ୍ୟା ହୁଏ ତାହାଲେ ରୋଗୀ ଜଣଙ୍କ ଦ୍ବିତୀୟ ସୋପାନରେ ପ୍ରବେଶ କରିସାରିଛନ୍ତି । ଏହି ସୋପାନରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ପଡିପାରେ ।

୧୭ ଦିନ :

ସାଧାରଣତଃ ୧୭ଦିନ ପାଖାପାଖି କରୋନା ଭାଇରସ୍ ରୋଗୀଙ୍କର ମୃତ୍ୟୁ ହୋଇଯାଇଥାଏ । ବର୍ତ୍ତମାନ ଏହି ସୋପାନରେ ମାତ୍ର ୧ କିମ୍ବା ୨ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଛି ।

୨୧ ଦିନ :

୨୧ ଦିନ ପର୍ଯ୍ୟନ୍ତ ମହାମାରୀ କରୋନା ଭାଇରସ୍ ନିୟନ୍ତ୍ରଣରେ ଆସିପାରେ । ଏହାପରେ ରୋଗୀ ସଂପୂର୍ଣ୍ଣ ଭାବେ ଭଲ ମାଧ୍ୟ ହୋଇଯିବା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.