ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ସାଆନ୍ତରାପୁର ଚାମ୍ପିଅନ

Published By : Prameya-News7 Bureau | August 22, 2021 IST

କେନ୍ଦୁଝର ୨୨/୦୮: କେନ୍ଦୁଝର ଜିଲ୍ଲା ପାଟଣା ମିନି ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ପକ୍ଷରୁ ଆୟୋଜିତ ହୋଇଥିବା ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ମୋଟ ୬ ଟି ଦଳ ଭାଗ ନେଇଥିବା ବେଳେ ଉଦଘାଟନୀ ମ୍ୟାଚ ସାଆନ୍ତରାପୁର ସହ ଖେଲୋ ଇଣ୍ଡିଆ ପାଟଣା ସହ ହୋଇଥିଲା ଫାଇନାଲ ମ୍ୟାଚ ସାଆନ୍ତରାପୁର ସହ ଜାମୁଯୋଡ଼ି ମଧ୍ୟରେ ହୋଇଥିଲା ।

ଏଥିରେ ୨/୦ରେ ସାଆନ୍ତରାପୁର ଚମ୍ପିଆନ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ସଦର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଯୋଗଦେଇ ଚମ୍ପିୟାନ ଦଳକୁ ୭୦୦୧ ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ ଜାମୁଯୋଡିକୁ ୫୦୦୧ସହ ଟ୍ରଫି ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.