ଡାକ୍ତର ଛାତ୍ରୀ ହତ୍ୟା ମାମଲା: ଘଟଣାର ଦିନକ ପରେ ହସ୍ପିଟାଲ ନବୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ସନ୍ଦୀପ ଘୋଷ

Published By : Prameya-News7 Bureau | September 05, 2024 IST

India Today

ନୂଆଦିଲ୍ଲୀ: ପ୍ରମାଣ ନଷ୍ଟ କରିବାକୁ ଯୋଜନା କରୁଥିଲେ କି ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ ? ହତ୍ୟା ଘଟଣାର ଦିନକ ପରେ ସେମିନାଲ ହଲ୍‌ର ନବୀକରଣ ପାଇଁ କାହିଁକି ନିର୍ଦ୍ଦେଶ ଦେଇଥିଲେ?  ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ହାତରେ ଲାଗିଛି ଏ ସମ୍ପର୍କିତ ଏକ୍ଲୁସିଭ୍‌ ଚିଠି।

ସେଥିରେ ସନ୍ଦୀପ ଘୋଷଙ୍କ ଦସ୍ତଖତ କରିଥିବା ଏକ ଚିଠିକୁ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ ସେମିନାର ହଲର ନବୀକରଣ ବିଷୟରେ ଉଲ୍ଲେଖ କରାଯାଇଛି। ଆରଜି କର ମେଡିକାଲ କଲେଜର ପୂର୍ବତନ ନିର୍ଦ୍ଦେଶକ ସନ୍ଦୀପ ଘୋଷଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ନିର୍ଦ୍ଦେଶରେ ପୀଡିତାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଅଗଷ୍ଟ ୧୦ ତାରିଖରେ ନିର୍ଦ୍ଦେଶ ଦିଆଯାଇଛି। ବିକ୍ଷୋଭକାରୀ ଓ କ୍ରାଇମବ୍ରାଞ୍ଚକୁ ପ୍ରମାଣ ଟାମ୍ପରିଂ କରାଯାଇଥିବା ଅଭିଯୋଗ ହୋଇଥିବା କୁହାଯାଇଛି।

ଅପରପଟେ କୋଲକାତା ଦୁଃଷ୍କର୍ମ-ହତ୍ୟା ମାମଲାରେ ବିଜେପି ସମାନ  ଦାବି କରିଛି। ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଅଭିଯୋଗ କରିଛନ୍ତି ଯେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏହି ଘଟଣାର ଗୋଟିଏ ଦିନ ପରେ ସେମିନାର ହଲ ନିକଟରେ ନବୀକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.