ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଭାରତ ହାତରୁ ଖସିଲା ଏଜବାଷ୍ଟନ ଟେଷ୍ଟ ! ବିଜୟଠୁ ୧୧୯ ରନ ଦୂରରେ ଇଂଲଣ୍ଡ, ଏବେ କେବଳ ଚମତ୍କାର ଆଶା

4/07/2022 at 11:24 PM

ଏଜବାଷ୍ଟନ: ପ୍ରଥମ ତିନି ଦିନ ମଜବୁତ ସ୍ଥିତିରେ ଥିବା ଭାରତ ଏବେ ବ୍ୟାକଫୁଟରେ। ପ୍ରଥମ ଇନିଂସରେ ୧୩୨ ରନରେ ଆଗୁଆ ଥିବା ସତ୍ତ୍ଵେ ବି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ଉପରେ ପରାଜୟର ବାଦଲ  ଛାଇ ରହିଛି। ହାତରେ ୭ ଓ୍ଵିକେଟ୍ ବାକି ଥାଇ ବିଜୟଠୁ ମାତ୍ର ୧୧୯ ରନ ଦୂରରେ ଘରୋଇ ଇଂଲଣ୍ଡ। ଶେଷ ଦିନରେ କୌଣସି ଚମତ୍କାର  ହିଁ ଭାରତକୁ ବିଜୟ ଦେଇ ପାରିବ। ଭାରତ ଦ୍ଵାରା ଧାର୍ଯ୍ୟ ୩୭୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୨୫୯ ରନ କରିଛି।  ଜୋ ରୁଟ୍ ୭୬  ଏବଂ ଜୋନି ବେୟାରଷ୍ଟୋ ୭୨  ରନ କରି ଅପରାଜିତ ଅଛନ୍ତି। ଦୁଇ ବ୍ୟାଟସମ୍ୟାନ ଏ ପର୍ଯ୍ୟନ୍ତ ଚତୁର୍ଥ ଓ୍ଵିକେଟ୍‌ରେ ୧୫୦ ରନ ଯୋଡିଛନ୍ତି। ଯଶପ୍ରୀତ ବୁମରା ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ଅନ୍ୟ ବୋଲର ବିଫଳ  ହୋଇଛନ୍ତି। ଭାରତ ଦ୍ଵିତୀୟ ଇନିଂସରେ ମାତ୍ର ୨୪୫ ରନରେ ଅଲଆଉଟ୍ ହୋଇଥିଲା।

ତୃତୀୟ ଦିନର ଖେଳର ୧୨୫/୩ରୁ ଭାରତ ଚତୁର୍ଥ ଦିନରେ ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ପ୍ରଥମ ସେସନରେ ଭାରତ ୪ଟି ଓ୍ଵିକେଟ୍ ହରାଇଥିଲା। ଗତକାଲି ୫୦ ରନରେ ଅପରାଜିତ ଥିବା ପୂଜାରା ୬୬ ରନ କରି ଆଉଟ୍ ହୋଇଥିଲେ। ପନ୍ତଙ୍କ ସେ ଚତୁର୍ଥ ଓ୍ଵିକେଟ୍  ପାଇଁ ୭୮ ରନ ଯୋଡିଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଶ୍ରେୟସ ଆୟର ୧୯ ରନରେ ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ପନ୍ତ ଦ୍ଵିତୀୟ ଇନିଂସରେ ବି ୫୭ ରନର ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ରବୀନ୍ଦ୍ର ଜାଡେଜା କ୍ରିଜରେ ଜମି ରହିଥିଲେ ହେଁ ଅନ୍ୟପଟୁ ଓ୍ଵିକେଟ୍ ଖସି ଚାଲିଥିଲା। ଶାର୍ଦ୍ଦୁଳ ଠାକୁର(୪),  ମହମ୍ମଦ ଶାମି(୧୩) ଆଉଟ୍ ହୋଇଥିଲେ। ଜାଡେଜା ୨୩ ରନ କରି ବେନ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। ବୁମରା (୭) ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଭାରତ ଦ୍ଵିତୀୟ ଇନିଂସରେ ୨୪୫ ରନରେ ଅଲଅଉଟ୍ ହୋଇଥିଲା।

ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୩୩ ରନ ଦେଇ ୪ଟି ସଫଳତା ପାଇଛନ୍ତି। ଷ୍ଟୁଆର୍ଟ ବ୍ରଡ ଏବଂ ମାଟି ପୋଟ୍ସ ଉଭୟ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜେମ୍ସ ଆଣ୍ଡରସନ ଏବଂ ଜାକ ଲିଚଙ୍କୁ ଗୋଟିଏ ଗୋଟିଏ ଓ୍ଵିକେଟ୍ ମିଳିଥିଲା। ଭାରତର ପ୍ରଥମ ଇନିଂସ ୪୧୬ ରନ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନରେ ଅଲଆଉଟ୍ ହୋଇଥିଲା।

   Related Posts