ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଚତୁର୍ଥ ଦିନରେ ଚମକିଲେ ବିରାଟ କୋହଲି, ସୁବିଧାଜନକ ସ୍ଥିତିରେ ଭାରତ

12/03/2023 at 5:21 PM

ଅହମ୍ମଦାବାଦ: ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ବଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ସୁବିଧାଜନକ ସ୍ଥିତିରେ ରହିଛି ଭାରତ। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ବିନା ଓ୍ଵିକେଟ୍‌ରେ ୩ ରନ କରିଛି। କ୍ରିଜରେ ଟ୍ରେଭିସ୍ ହେଡ(୩) ଏବଂ ମାଥ୍ୟୁ କୁହନେମନ(୦) ଅପରାଜିତ ଅଛନ୍ତି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆଠୁ ୮୮ ରନରେ ଆଗୁଆ ରହିଛି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୫୭୧ ରନ କରିଥିଲା। ବିରାଟ କୋହଲି ୧୮୬ ରନର ଚମତ୍କାର ଇନିଂସ ଖେଳିଥିବା ବେଳେ ଶୁଭମନ ଗିଲ୍ ୧୨୮ ରନ ଏବଂ ଅକ୍ଷର ପଟେଲ୍ ୭୯ ରନ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନରେ ଅଲଆଉଟ୍ ହୋଇଥିଲା। ଫଳରେ ଭାରତ ୫୭୧ ରନ କରି ୯୧ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଆସନ୍ତାକାଲି ମ୍ୟାଚ୍‌ର ଶେଷ ଦିନ।

ତୃତୀୟ ଦିନର ଅସମାପ୍ତ ଖେଳ ୨୮୯/୩ରୁ ବ୍ୟାଟିଂ ଆରମ୍ଭ କରିଥିବା  ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜା ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍ ପାଇଁ ୬୪ ରନର ଭାଗିଦାରୀ କରିଥିଲେ। ବେପରୁଆ ସଟ୍ ଖେଳି ଜାଡେଜା ୨୮ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଶ୍ରୀକର ଭରତଙ୍କୁ ସାଥୀ କରି ବିରାଟ କୋହଲି ପଞ୍ଚମ ଓ୍ଵିକେଟ୍‌ରେ ୮୪ ରନ ଯୋଡିଥିଲେ। ଏହି କ୍ରମରେ ବିରାଟ କୋହଲି ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି ଟେଷ୍ଟ କ୍ରିକେଟ୍‌ରେ ନିଜ ଶତକ ମରୁଡିର ଅନ୍ତ ଘଟାଇଥିଲେ। ଧୈର୍ଯ୍ୟର ସହ ବ୍ୟାଟିଂ କରି କୋହଲି ୨୮ତମ ଟେଷ୍ଟ ଶତକ ହାସଲ କରିଥିଲେ।

ଶ୍ରୀକର ଭରତ ୪୪ ରନ  କରି ଆଉଟ୍ ହୋଇଥିଲେ। ବିରାଟ କୋହଲି ଏବଂ ଅକ୍ଷର ପଟେଲ୍ ଦିନିକିଆ ଢଙ୍ଗରେ ବ୍ୟାଟିଂ କରି ଦଳର ସ୍କୋରକୁ ୫୫୫ ରନରେ ପହଞ୍ଚାଇଥିଲେ। ଅକ୍ଷର ପଟେଲ୍ ୭୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହା ପୂର୍ବରୁ କୋହଲି ଏବଂ ଅକ୍ଷର ଷଷ୍ଠ ଓ୍ଵିକେଟ୍‌ରେ ୧୬୨ ରନ ଯୋଡିଥିଲେ। ଏହା ପରେ ଭାରତ ସଅଳ ଓ୍ଵିକେଟ୍ ହରାଇଥିଲା। ଧୈର୍ଯ୍ୟର ପରିଚୟ ଦେଇ ଦ୍ଵିଶତକ ଆଡକୁ ଅଗ୍ରସର ହେଉଥିବା ବିରାଟ କୋହଲିଙ୍କ ଓ୍ଵିକେଟ୍ ପତନ ସହ ଭାରତର ଇନିଂସ ୫୭୧ରେ ଥମିଥିଲା। କୋହଲି ୧୫ ଚୌକା ଜରିଆରେ ୧୮୬ ରନର ପ୍ରଶଂସନୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ।

   Related Posts