Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଦ୍ଵିଶତକରୁ ବଞ୍ଚିତ ବିରାଟ କୋହଲି, ୫୭୧ ରନରେ ଅଟକିଲା ଭାରତର ପ୍ରଥମ ଇନିଂସ, ୯୧ ରନର ଅଗ୍ରଣୀ ହାସଲ

12/03/2023 at 4:43 PM

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି ଭାରତୀୟ ବ୍ୟାଟର। ଶୁଭମନ ଗିଲ୍‌ଙ୍କ ପରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିଶାଳ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୫୭୧ ରନ କରିଛି। ଦଳ ଅଷ୍ଟ୍ରେଲିଆଠୁ ୯୧ ରନ ଅଗ୍ରଣୀ ହାସଲ କରିଛି। ବିରାଟ କୋହଲି ୧୮୬ ରନ କରି ଦ୍ଵିଶତକରୁ ବଞ୍ଚିତ ହୋଇଛନ୍ତି। ଗିଲ୍ ୧୨୮ ରନର ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ  ଅକ୍ଷର ପଟେଲ୍ ୭୯ ରନ ରନ କରିଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ କରିଥିଲା। ଅଷ୍ଟ୍ରେଲିଆ ତରଫରୁ ନାଥନ ଲିୟୋନ ଏବଂ ଟଡ୍ ମର୍ଫି ପ୍ରତ୍ୟେକ ୩ଟି ଲେଖାଏଁ  ନେଇଛନ୍ତି।

   Related Posts