oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

WTC Final: ଚମକିଲେ ଜେମିସନ, ନିରାଶ କଲେ ବିରାଟ ବାହିନୀ, ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ୧୦୧/୨

20/06/2021 at 11:27 PM

ସାଉଥମ୍ପଟନ ୨୦।୦୬: କାଇଲ ଜେମିସନଙ୍କ ଘାତକ ବୋଲିଂକୁ ପାଥେୟ କରି ନ୍ୟୁଜିଲାଣ୍ଡ ଦଳ ସାଉଥମ୍ପଟନରେ ଖେଳାଯାଉଥିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍‌ ମୁକାବିଲାର ତୃତୀୟ ଦିନରେ ଭାରତଠୁ ଉନ୍ନତ ସ୍ଥିତିରେ ରହିଛି। ବ୍ୟାଟସମ୍ୟାନ ନିରାଶଜନକ ବ୍ୟାଟିଂ ଯୋଗୁଁ ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ୍ ହୋଇଛି। ଜବାବରେ ନ୍ୟୁଜିଲାଣ୍ଡ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୨ ଓ୍ଵିକେଟ୍ ବିନିମୟରେ ୧୦୧ ରନ କରିଛି। ଦଳ ଏବେ ଭାରତଠୁ ୧୦୧ ରନ ପଛରେ ରହିଛି। ଅଧିନାୟକ କେନ ଓ୍ଵିଲିୟମସନ ୧୨ ଓ ରସ ଟେଲର ଖାତା ନଖୋଲି କ୍ରିଜରେ ଅପରାଜିତ ଅଛନ୍ତି। ଚତୁର୍ଥ ଦିନର ଖେଳ ଦୁଇ ଦଳ ମଧ୍ୟରେ ବେଶ୍ ରୋଚକ ହେବାର ଆଶା କରାଯାଉଛି। ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୪୯ ରନ ଓ ଅଧିନାୟକ ବିରାଟ କୋହଲି ୪୪ ରନ କରିଛନ୍ତି।

ଭାରତ ୯୧.୧ ଓଭରରେ ୨୧୭ ରନରେ ଅଲଆଉଟ୍ ପରେ  ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ଟମ ଲାଥନ ଓ ଡେଭନ କନଓ୍ଵେ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପ୍ରଥମ ଓ୍ଵିକେଟ୍‌ରେ ୭୦ ରନ ଯୋଡିଥିଲେ। ଏହି ଯୋଡି ଭାଙ୍ଗିବାକୁ ଭାରତୀୟ ଦଳକୁ ପରିଶ୍ରମ କରିବାକୁ ପଡିଥିଲା। ୩୫ ଓଭରରେ ଯାଇ ରବିଚନ୍ଦ୍ରନ ଅଶ୍ଵିନ ଟମ ଲାଥନ(୩୦ ରନ)ଙ୍କୁ ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟପଟେ ଡେଭନ କନଓ୍ଵେ ଇଂଲଣ୍ଡ ବିପକ୍ଷ ଫର୍ମକୁ ବଜାୟ ରଖି ଟେଷ୍ଟ କ୍ୟାରିୟରରେ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ୧୦୧ ସ୍କୋରରେ ଇଶାନ୍ତ ଶର୍ମା କନଓ୍ଵେଙ୍କୁ ପାଭିଲିୟନ ପଠାଇ ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। କନଓ୍ଵେ ୬ ଚୌକା ଜରିଆରେ ୫୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ।

ନ୍ୟୁଜିଲାଣ୍ଡର ସ୍କୋର ୧୦୧ ରନ ହୋଇଥିବା ବେଳେ ଖରାପ ଆଲୋକ ଯୋଗୁଁ ଖେଳ ସମ୍ଭବ ହୋଇ ପାରିନଥିଲା। ବାଧ୍ୟ ହୋଇ ପଡିଆ ଅମ୍ପାୟରଙ୍କୁ ତୃତୀୟ ଦିନର ଖେଳ ସମାପ୍ତି ଘୋଷଣା କରିବାକୁ ପଡିଛି। ଦ୍ଵିତୀୟ ଦିନ ପରି ରବିବାର ମଧ୍ୟ ନିର୍ଦ୍ଧାରିତ ଓଭର ଖେଳାଯାଇ ପାରି ନାହିଁ। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨ ଓ୍ଵିକେଟ୍ ବିନିମୟରେ ୧୦୧ ରନ କରିଛି। ଅଧିନାୟକ କେନ୍ ଓ୍ଵିଲିୟମସନ ୧୨ ଓ ରସ ଟେଲର ୦ କ୍ରିଜରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ଓ ଇଶାନ୍ତ ଶର୍ମା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଭାରତର ପ୍ରଥମ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦ୍ଵିତୀୟ ଦିନର ୧୪୬/୩ ରୁ ତୃତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ ଥିଲେ ଅଧିନାୟକ ବିରାଟ କୋହଲି(୪୪) ଓ ଆଜିଙ୍କ୍ୟ ରାହାଣେ(୨୯)। ଲାଗୁଥିଲା ଦଳ ୩୦୦ ଉପରେ ସ୍କୋର କରିବ। କିନ୍ତୁ ପ୍ରଥମ ସେସନରେ ହିଁ ଭାରତ ଝୁଣ୍ଟିଥିଲା। ଦଳୀୟ ସ୍କୋରରେ ୩ ରନ ଯୋଡିବା ପରେ ୧୪୯ ରନ ସ୍କୋରରେ ଭାରତକୁ ବହୁତ ବଡ ଝଟକା ଲାଗିଥିଲା। ଅଧିନାୟକ କୋହଲି ୪୪ ରନ କରି ଜେମିସନଙ୍କ ଶିକାର ହୋଇଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଏହି ସେସନରେ ଭାରତ ୪ ଓ୍ଵିକେଟ୍  ହରାଇଥିଲା। ଋଷଭ ପନ୍ତ(୪) ସଅଳ ଆଉଟ୍ ହୋଇଥିଲେ। କ୍ରିଜରେ ଜମି ରହିଥିବା ଆଜିଙ୍କ୍ୟ ରାହାଣେଙ୍କ ଉପରେ ଦଳ ଇନିଂସ ସଜାଡିବାର ଦାୟିତ୍ଵ ଥିଲା। ହେଲେ ରାହାଣେ ମାତ୍ର ଗୋଟିଏ ରନରୁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇ ୪୯ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ ରବିଚନ୍ଦ୍ରନ ଅଶ୍ଵିନ ଦ୍ରୁତ ବ୍ୟାଟିଂ କରି ଦଳ ପାଇଁ କିଛି ଆଶା ସଞ୍ଚାର କରିଥିଲେ। ସେ ୨୭ ବଲ୍‌ରୁ ୨୨ ରନ କରି ସାଉଦିଙ୍କ ଶିକାର ହୋଇଥିଲେ। ରବୀନ୍ଦ୍ର ଜାଡେଜା କିଛି ସମୟ କ୍ରିଜରେ ସଂଘର୍ଷ କରିଥିଲେ ମଧ୍ୟ ଦଳକୁ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କରି ପାରିନଥିଲେ। ସେ ୧୫ ରନ କରି ବିଦାୟ ନେଇଥିଲେ। ବିଶେଷ କରି ନ୍ୟୁଜିଲାଣ୍ଡର କାଇଲ ଜେମିସନ ଘାତକ ବୋଲିଂ କରି ଭାରତୀୟ ବ୍ୟାଟିଂର ବିପର୍ଯ୍ୟୟ ଘଟାଇଥିଲେ। ଶେଷରେ ଭାରତ ୯୨.୧ ଓଭରରେ ୨୧୭ ରନରେ ଅଲଆଉଟ୍ ହୋଇଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ୩୧ ରନ ଦେଇ ସର୍ବାଧିକ ୫ ଓ୍ଵିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ନିଲ ଓ୍ଵାଗନର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ସାଉଦିଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।

   Related Posts