oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ତୃତୀୟ ଦିନରେ ଛାଇଗଲେ ଅଶ୍ଵିନ: ବିଜୟଠୁ ୭ ଓ୍ଵିକେଟ୍ ଦୂରରେ ଭାରତ, ମୁସ୍କିଲରେ ଇଂଲଣ୍ଡ

15/02/2021 at 5:18 PM

ଚେନ୍ନାଇ ୧୫।୦୨: ଚେନ୍ନାଇ ଟେଷ୍ଟରେ ଛାଇଗଲେ ଭାରତୀୟ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ। ତାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ସିରିଜ୍‌ର ଦ୍ଵିତୀୟ ଟେଷ୍ଟରେ ଭାରତର ପ୍ରାଧ୍ୟାନ୍ୟ ଜାରି ରହିଛି। ଅଶ୍ଵିନଙ୍କ ୧୦୬ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୬୨ ରନ ବଳରେ ଏମଏ ଚିଦାମ୍ଵରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୪୮୨ ରନର ବିଶାଳ ଲକ୍ଷ୍ୟ ଦେଇଛି। ଜବାବରେ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୩ ଓ୍ଵିକେଟ୍‌ରେ ୫୩ ରନ କରି ମୁସ୍କିଲ ସ୍ଥିତିରେ ରହିଛି। କ୍ରିଜରେ ଡାନିଏଲ ଲରେନ୍ସ ୧୯ ଓ ଅଧିନାୟକ ଜୋ ରୁଟ୍ ୨ ରନ କରି ଖେଳୁଛନ୍ତି। ମ୍ୟାଚ୍‌ରେ ଆଉ ଦୁଇ ଦିନ ଖେଳ ବାକି ଥିବା ବେଳେ ଇଂଲଣ୍ଡକୁ ଜିତିବାକୁ ଆହୁରି ୪୨୯ ରନ ଦରକାର। ଯାହା ବହୁତ କଷ୍ଟସାଧ୍ୟ ଲାଗୁଛି। ଅନ୍ୟପଟେ ଭାରତକୁ ଏହି ମ୍ୟାଚ୍‌ ଜିତି ସିରିଜ୍‌ ବରାବର କରିବାକୁ ଆଉ ୭ଟି ଓ୍ଵିକେଟ୍ ଦରକାର।

ଦ୍ଵିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ୧୭ ରନରେ ଡମିନିକ୍ ସିବଲି(୩ ରନ)ଙ୍କ ଓ୍ଵିକେଟ୍  ହରାଇଛି। ଏହା ପରେ ରରି ବର୍ନସ (୨୫ ରନ) ଅଶ୍ଵିନଙ୍କ ବଲରେ ଆଉଟ୍ ହୋଇଛନ୍ତି। ନାଇଟ୍‌ ଓ୍ଵାଚମ୍ୟାନ୍ ଜ୍ୟାକ୍ ଲିଚ୍ ଅକ୍ଷର ପଟେଲଙ୍କ ବଲରେ ଆଉଟ୍ ହୋଇ ଖାତା ମଧ୍ୟ ଖୋଲି ପାରି ନାହାନ୍ତି। ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ହେଲେ ଦ୍ଵିତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ମୁସ୍କିଲ ସ୍ଥିତିରେ ପଡିଛି। କାରଣ ଚେନ୍ନାଇର ଏହି ମୁସ୍କିଲ ପିଚ୍‌ରେ ଏତେ ବଡ ଲକ୍ଷ୍ୟ  ହାସଲ କରିବା ପ୍ରାୟତଃ ଅସମ୍ଭବ ଲାଗୁଛି।

ଦ୍ଵିତୀୟ ଇନିଂସରେ ଅଶ୍ଵିନଙ୍କ ୧୦୬ ରନ ବଳରେ ଭାରତ ୨୮୬ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ୧୯୫ ରନର ଅଗ୍ରଣୀ ଭିତ୍ତିରେ ଭାରତ ଇଂଲଣ୍ଡକୁ ୪୮୨ ରନର ବିଜୟ ଲକ୍ଷ୍ୟ ରଖିଛି। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ ଲିଚ୍ ଓ ମୋଇନ ଅଲ୍ଲୀ ପ୍ରତ୍ୟେକ ଚାରୋଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଭାରତ ପ୍ରଥମ ଇନିଂସରେ ୩୨୯ ରନର ଜବାବରେ ଇଂଲଣ୍ଡ ୧୩୪ ରନ କରିଥିଲା। ପ୍ରଥମ ଇନିଂସରେ ଅଶ୍ଵିନ ୫ ଓ୍ଵିକେଟ୍ ନେଇଥିଲେ।

ଏହା ପୂର୍ବରୁ ଭାରତ ଦ୍ଵିତୀୟ ଦିନର ଅସମାପ୍ତ ଖେଳ ୧/୫୪ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରଥମ ସେସନରେ ଇଂଲଣ୍ଡ ବୋଲରଙ୍କ ପ୍ରାଧ୍ୟାନ୍ୟ ଦେଖିବାକୁ ମିଳିଥିଲା। ଭାରତ ୫ ଓ୍ଵିକେଟ୍ ହରାଇ ୧୦୨ ରନ ଯୋଡିଥିଲା। ତୃତୀୟ ଦିନର ଖେଳ ଆରମ୍ଭରୁ ଚେତେଶ୍ଵର ପୂଜାରା(୭ ରନ) ରନ ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଶର୍ମା(୨୬) ଜ୍ୟାକ୍ ଲିଚ୍‌ଙ୍କ ବଲରେ ଷ୍ଟମ୍ପ ଆଉଟ୍ ହୋଇଥିଲେ। ଏହା ପରେ ଫୋକ୍ସ ଷ୍ଟମ୍ପ ପଛରେ ଭଲ ପ୍ରଦର୍ଶନ କରି ଋଷଭ ପନ୍ତ(୮ ରନ)ଙ୍କୁ ଚମତ୍କାର ଷ୍ଟମ୍ପ ଆଉଟ୍ କରି ପାଭିଲିୟନ ପଠାଇଥିଲେ। ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ(୧୦ ରନ) ମୋଇନ ଅଲ୍ଲୀଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍  ହୋଇଥିଲେ।

ଏହା ପରେ ଅଶ୍ଵିନ ଓ ବିରାଟ କୋହଲି ଭାରତୀୟ ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସପ୍ତମ ଓ୍ଵିକେଟ୍ ପାଇଁ ୯୬ ରନ ଯୋଡିଥିଲେ। କୋହଲି କ୍ରିଜ୍‌ରେ ଜମି ରହି ୧୦୭ ବଲରୁ ଟେଷ୍ଟରେ ୨୫ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ଅନ୍ୟପଟେ ଦ୍ରୁତ ବ୍ୟାଟିଂ କରି ଅଶ୍ଵିନ ଓଲି ଷ୍ଟୋନଙ୍କ ବଲ୍‌ରେ ଚୌକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ। କୋହଲି ୬୨ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ମୋଇନ ଅଲ୍ଲୀଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇଥିଲେ।

ଏହା ପରେ କୁଲଦୀପ ଯାଦବ(୩ ରନ) ମୋଇନ ଅଲ୍ଲୀଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଇଶାନ୍ତ ଶର୍ମା(୭ ରନ) ଜ୍ୟାକ୍ ଲିଚ୍‌ଙ୍କ ଚତୁର୍ଥ ଶିକାର ହୋଇଥିଲେ। ଅନ୍ୟପଟେ ଅଶ୍ଵିନ ଦ୍ରୁତ ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରରେ ପଞ୍ଚମ ଶତକ ପୂରଣ କରିଥିଲେ। ଅଶ୍ଵିନ ୧୪୮ ବଲରୁ ୧୪ ଚୌକା ଓ ୧ଛକା ସହ ୧୦୬ ରନର ଚମତ୍କାର ଇନିଂସ ଖେଳି ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ସେ ମହମ୍ମଦ ସିରାଜଙ୍କ ସହ ଦଶମ ଓ୍ଵିକେଟ୍ ପାଇଁ ୪୯ ରନ ଯୋଡିଥିଲେ। ସିରାଜ ୨୧ ବଲରୁ ୨ ଛକା ସହ ୧୬ ରନରେ ଅପରାଜିତ ଥିଲେ।

ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ୯୮ ରନ ଦେଇ ୪ ଏବଂ ଜ୍ୟାକ୍ ଲିଚ୍‌ ୧୦୦ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ।

   Related Posts