ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ରୋହିତଙ୍କ ଶତକ ପରେ ଜାଡେଜା ଏବଂ ଅକ୍ଷରଙ୍କ ଅର୍ଦ୍ଧଶତକ, ନାଗପୁର  ଟେଷ୍ଟରେ ଫ୍ରଣ୍ଟଫୁଟରେ ଭାରତ

10/02/2023 at 5:16 PM

ନାଗପୁର: ରୋହିତ ଶର୍ମାଙ୍କ ଅଧିନାୟକତ୍ଵ ଶତକୀୟ ଇନିଂସ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଭାରତ ନାଗପୁର ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ଓ୍ଵିକେଟ୍ ହରାଇ ୩୨୧ ରନ କରିଛି। ହାତରେ ଆହୁରି ୩ଟି ଓ୍ଵିକେଟ୍ ବାକି ଥିବା ବେଳେ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆଠୁ ପ୍ରଥମ ଇନିଂସରେ ୧୪୪ ରନର ଗୁରୁତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଜାଡେଜା ୬୬ ଏବଂ ଅକ୍ଷର ପଟେଲ୍ ୫୨ ରନ କରି କ୍ରିଜରେ ଅଛନ୍ତି। ଦ୍ଵିତୀୟ ଦିନରେ ଅଧିନାୟକ ରୋହିତ ଶର୍ମା ଦମଦାର ୧୨୦ ରନର ଶତକୀୟ ଇନିଂସ ଖେଳିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ପରେ ଅକ୍ଷର ପଟେଲ୍ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳି ନାଗପୁର ଟେଷ୍ଟରେ ଭାରତକୁ ଫ୍ରଣ୍ଟଫୁଟରେ ରଖିଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୭ ରନରେ ଅଲଆଉଟ୍ ହୋଇଥିଲା।

ପ୍ରଥମ ଦିନର ଅସମାପ୍ତ ଖେଳ ୭୭/୧ରୁ ଭାରତ ଖେଳା ଆରମ୍ଭ କରିଥିଲା। କ୍ରିଜରେ ଥିଲେ ରୋହିତ ଶର୍ମା(୫୬) ଏବଂ ରବିଚନ୍ଦ୍ରନ ଅଶ୍ଵିନ(୦)। ଦୁଇ ଖେଳାଳି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡିଥିଲେ। ଦଳୀୟ ସ୍କୋର ୧୧୮ ରନରେ ଅଶ୍ଵିନ(୨୩) ଆଉଟ୍ ହୋଇଥିଲେ। ଏହା ପରେ ଭାରତ ସଅଳ ତିନୋଟି ଓ୍ଵିକେଟ୍ ହରାଇଥିଲା। ଚେତେଶ୍ଵର ପୂଜାରା(୭)ଙ୍କ ପରେ ବିରାଟ କୋହଲି(୧୨) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ପଦାର୍ପଣ ଟେଷ୍ଟ ଖେଳୁଥିବା ସୂର୍ଯ୍ୟକୁମାର ଯାଦବ(୮) ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରିନଥିଲେ। ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା କ୍ରିଜରେ ଜମି ରହିଥିଲେ। ୧୬୮ ରନରେ ଭାରତ ୫ ଓ୍ଵିକେଟ୍ ହରାଇ ଅଡୁଆ ସ୍ଥିତିରେ ରହିଥିଲା। ତେବେ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ରୋହିତ ଶର୍ମା ଦଳର ସ୍ଥିତିରେ ସୁଧାର ଆଣିଥିଲେ। ଏହି କ୍ରମରେ ରୋହିତ ଶର୍ମା ଟେଷ୍ଟରେ ନବମ ଶତକ ହାସଲ କରିଥିଲେ। ଜାଡେଜାଙ୍କ ସହ ମିଶି ସେ ଷଷ୍ଠ ଓ୍ଵିକେଟ୍ ପାଇଁ ୬୧ ରନ ଯୋଡିଥିଲେ। ରୋହିତ ୧୫ ଚୌକା ଏବଂ ୨ ଛକା ଜରିଆରେ ୧୨୦ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟଙ୍କ ପରି ଶ୍ରୀକର ଭରତ ମଧ୍ୟ(୮) ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରିନଥିଲେ।

ଏହା ପରେ ଜାଡେଜା ଏବଂ ଅକ୍ଷର ପଟେଲ୍ ଦମଦାର ବ୍ୟାଟିଂ କରି ଭାରତର ଇନିଂସକୁ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଧୈର୍ଯ୍ୟପୂର୍ଣ୍ଣ  ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଦ୍ଵିତୀୟ ଦିନରେ ଭାରତର ଆଉ କୌଣସି କ୍ଷତି ହେବାକୁ ଦେଇ ନାହାନ୍ତି। ଫଳରେ ଭାରତ ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୭ ଓ୍ଵିକେଟ୍ ହରାଇ ୩୨୧ ରନ କରିଛି। । ଜାଡେଜା ୬୬ ଏବଂ ଅକ୍ଷର ପଟେଲ୍ ୫୨ ରନ କରି କ୍ରିଜରେ ଅଛନ୍ତି। ଭାରତ ହାତରେ ଆହୁରି ୩ ଓ୍ଵିକେଟ୍ ଥାଇ ପ୍ରଥମ ଇନିଂସରେ ୧୪୪ ରନ ଅଗ୍ରଣୀ ହାସଲ କରିଛି।

ଅଷ୍ଟ୍ରେଲିଆ ତରଫରୁ ଟଡ ମୁରଫି ଚମତ୍କାର ବୋଲିଂ କରି ୮୨ ରନ ଦେଇ ୫ ସଫଳତା ପାଇଛନ୍ତି। ଅଧିନାୟକ ପାଟ୍ କମିନ୍ସ ଏବଂ ନାଥନ ଲିୟନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୭ ରନରେ ଅଲଆଉଟ୍ ହୋଇଥିଲା।

   Related Posts