Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଢାକା ଟେଷ୍ଟ: ଦ୍ଵିତୀୟ ଦିନରେ ଚମକିଲେ ପନ୍ତ ଏବଂ ଆୟର, ୮୦ ରନ ପଛରେ ବାଂଲାଦେଶ

23/12/2022 at 5:09 PM

ଢାକା: ଢାକାରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିନରେ ଚମକିଛନ୍ତି ଋଷଭ ପନ୍ତ ଏବଂ ଶ୍ରେୟସ ଆୟର। ଦ୍ଵିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ବାଂଲାଦେଶ ବିନା ଓ୍ବିକେଟ୍ ହରାଇ ୭ ରନ କରିଛି। ନଜମୁଲ ହୋସେନ ସାଣ୍ଟୋ(୫) ଓ ଜାକିର ହସନ(୨) କ୍ରିଜରେ ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଭାରତ ଦିନର ଶେଷ ସେସନରେ ନିଜର ପ୍ରଥମ ଇନିଂସରେ ୩୧୪ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୯୩ ରନର କରିଥିବା ବେଳେ ଶ୍ରେୟସ ଆୟର ୮୭ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସରେ ଭାରତ ଘରୋଇ ଦଳଠୁ ୮୭ ରନର ଅଗ୍ରଣୀ ହାସଲ କରିଛି। ବାଂଲାଦେଶ ଏ ପର୍ଯ୍ୟନ୍ତ ୮୦ ରନ ପଛରେ ରହିଛି। ମ୍ୟାଚ୍ ଆହୁରି ୩ ଦିନ ବାକି ଥିବା ବେଳେ ଫଳାଫଳ ବାହାରିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ବାଂଲାଦେଶ ପ୍ରଥମ ଇନିଂସରେ ୨୨୭ ରନରେ ଅଲଆଉଟ୍ ହୋଇଥିଲା।

ଭାରତ ପ୍ରଥମ ଦିନର ଖେଳ ୧୯/୦ରୁ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ୨୭ ରନ ସ୍କୋରରେ ଅଧିନାୟକ କେଏଲ ରାହୁଲ(୧୦) ଆଉଟ୍ ହୋଇଥିଲେ। ଶୁଭମାନ ଗିଲ୍‌(୨୦) ଅଧିକ ସମୟ  କ୍ରିଜରେ ତିଷ୍ଠି ପାରିନଥିଲେ। ଚେତେଶ୍ଵର ପୂଜାରା(୨୪) ଭଲ ଆରମ୍ଭ କରିଥିଲେ ହେଁ ଇନିଂସକୁ ଆଗକୁ ବଢାଇ ପାରିନଥିଲେ। ବିରାଟ କୋହଲି(୨୪) ଆଉଟ୍ ହେବା ଭାରତକୁ ବଡ ଝଟକା ଲାଗିଥିଲା। ୯୪ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଫସିଥିବା ଋଷଭ ପନ୍ତ ଏବଂ ଶ୍ରେୟସ ଆୟର ଭାରତର ଇନିଂସକୁ ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ବ୍ୟାଟିଂ କରି ବାଂଲାଦେଶ ବୋଲରଙ୍କୁ ଚାପରେ ପକାଇଥିଲେ। କ୍ରମାନ୍ଵୟରେ ପନ୍ତ ଏବଂ ଆୟର ଅର୍ଦ୍ଧଶତକ ହାସଲ କରିଥିଲେ। ପଞ୍ଚମ ଓ୍ଵିକେଟ୍‌ରେ ଦୁଇ ବ୍ୟାଟସମ୍ୟାନ ୧୫୯ ରନ ଯୋଡିଥିଲେ। ୨୫୩ ରନ ସ୍କୋରରେ ପନ୍ତ ଆଉଟ୍ ହୋଇଥିଲେ। ସେ ମାତ୍ର ୭ ରନରୁ ଶତକରୁ ବଞ୍ଚିତ ହୋଇଥିଲେ। ସେ ୧୦୫ ବଲ୍‌ରୁ ୭ ଚୌକା ଏବଂ ୫ ଛକା ବଳରେ ୯୩ ରନ କରିଥିଲେ।

ଏହି ଯୋଡି ଭାଙ୍ଗିବା ସହ ଭାରତ ପୁଣି ଥରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଶ୍ରେୟସ ଆୟର ୧୦୫ ବଲ୍‌ରୁ ୧୦ ଚୌକା ଏବଂ ୨ ଛକା ସହ ୮୭ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ରବିଚନ୍ଦ୍ରନ ଅଶ୍ଵିନ(୧୨), ଜୟଦେବନ ଉନାଦକତ(୧୪) ଓ ଉମେଶ ଯାଦବ(୧୪) ଆଉଟ୍ ହୋଇଥିଲେ। ଭାରତ ୩୧୪ ରନରେ ଅଲଆଉଟ୍ ହୋଇଥିଲା।

ବାଂଲାଦେଶ ପକ୍ଷରୁ ତାଇଜୁଲ ଇସଲାମ ୭୯ ରନରେ ୪ ଓ୍ଵିକେଟ୍ ନେଇଥିଲେ। ଅଧିନାୟକ ସାକିବ ଅଲ ହସନ ୭୯ ରନ ଦେଇ ୪ଟି ସଫଳତା ହାସଲ କରିଛନ୍ତି। ତସକିନ ଅହମ୍ମଦ ଏବଂ ମେହଦି ହାସନ ମିର୍ଜା ଗୋଟିଏ ଲେଖାଏଁ ଓ୍ଵିକେଟ୍  ନେଇଥିଲେ।

   Related Posts