ବାଧକ ସାଜିଲା ବର୍ଷା: ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକାର ପଲ୍ଲା ଭାରି, ଭାରତର ସମ୍ମାନ ରଖିଲେ କେଏଲ ରାହୁଲ

Published By : Prameya-News7 Bureau | December 26, 2023 IST

ସେଞ୍ଚୁରିୟନ: ସମ୍ମାନ ରଖିଲେ କେଏଲ ରାହୁଲ। ଖେଳିଲେ ଅର୍ଦ୍ଧଶତକୀୟ ଇନିଂସ। ସେଞ୍ଚୁରିୟନରେ ଖେଳା ଯାଉଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତ ବ୍ୟାକଫୁଟରେ ରହିଛି। ବର୍ଷା ହେବାରୁ ୫୯ ଓଭରରେ ଖେଳ ବନ୍ଦ ରହିଛି। ଫଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୮ ଓ୍ଵିକେଟ୍ ହରାଇ ୨୦୮ ରନ କରିଛି। ଭାରତ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି କେଏଲ ରାହୁଲ। କ୍ରିଜରେ ରାହୁଲ ୭୦ ଓ ମହମ୍ମଦ ସିରାଜ ୦ ଅପରାଜିତ ଅଛନ୍ତି। ଅନ୍ୟ ବ୍ୟାଟର ଭାରତକୁ ନିରାଶ କରିଥିବା ବେଳେ ବିରାଟ କୋହଲି ୩୮ ରନ ଓ ଶ୍ରେୟସ ଆୟର ୩୧ ରନ କରିଛନ୍ତି। ପ୍ରଥମ ଦିନର ଖେଳ ଦକ୍ଷିଣ ଆଫ୍ରିକା ନାଁରେ ରହିଛି। ଦଳ ପକ୍ଷରୁ କାଗିସୋ ରାବଡ଼ା ୪୪ ରନରେ ୫ ଓ୍ଵିକେଟ୍ ନେଇ ଭାରତର ବ୍ୟାଟିଂ ବିପର୍ଯ୍ୟୟ  ଘଟାଇଛନ୍ତି। ମୁକାବିଲାରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

wp:heading {"level":4}

Also read- ଅଶ୍ୱିନୀଙ୍କୁ ଦରକାର ଆଉ ୧୧ ଓ୍ୱିକେଟ୍‌, ୨ୟ ଭାରତୀୟ ଭାବେ ହାସଲ କରିବେ ଏହି ରେକର୍ଡ…

/wp:heading

ଭାରତର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ୧୩ ରନ ସ୍କୋରରେ ଅଧିନାୟକ ରୋହିତ ଶର୍ମା(୫) ପାଭିଲିୟନ ଫେରିଥିଲେ। ପୁଣି ୨୩ ରନ ସ୍କୋରରେ ଭଲ ଲୟରେ ନଜର ଆସୁଥିବା ଯଶସ୍ଵୀ ଜୟସଓ୍ଵାଲ(୧୭) ଆଉଟ୍ ହୋଇଥିଲେ। ଶୁଭମନ ଗିଲ୍(୨) ବି ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ବର୍ଗର ଓ୍ଵିକେଟ୍ ନେଇ ଭାରତକୁ  ବ୍ୟାକଫୁଟ୍‌କୁ ଠେଲିଥିଲେ। ୨୪ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଭାରତର ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବିରାଟ କୋହଲି ଓ ଶ୍ରେୟସ ଆୟର। ଉଭୟ ଚତୁର୍ଥ ଓ୍ଵିକେଟ୍‌ରେ ୬୮ ରନ ଯୋଡ଼ିଥିଲେ। ଦୁଇ ଯୋଡ଼ି ଜମି ଆସୁଥିବା ବେଳେ କାଗିସୋ ରାବଡା ଭାରତକୁ ବଡ଼ ଝଟକା ଦେଇଥିଲେ। ଶ୍ରେୟସ ଆୟର(୩୧)ଙ୍କୁ ବୋଲ୍ଡ କରି ରାବଡା ଦ୍ଵିତୀୟ ସଫଳତା ହାସଲ କରିଥିଲେ। ଏହା ପରେ ବିରାଟ କୋହଲି ୩୮ ରନର ଉଲ୍ଲେଖନୀୟ ଇନିଂସ ଖେଳି ରାବଡାଙ୍କ ଶିକାର ହୋଇଥିଲେ।

Image
BCCI

୧୦୭ ରନରେ ଭାରତ ଅଧା ଓ୍ଵିକେଟ୍ ହରାଇଥିଲା। ଭାରତୀୟ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ରବିଚନ୍ଦ୍ରନ ଅଶ୍ଵିନ(୮) କିଛି ଖାସ୍ କରି ପାରି ନ ଥିଲେ। ଏହାପରେ କେଏଲ ରାହୁଲ କ୍ରିଜରେ ଜମି ଦଳ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ଶାର୍ଦ୍ଦୁଳ ଠାକୁରଙ୍କ ସହ ମିଶି ୪୩ ରନ ଯୋଡ଼ିଥିଲେ। ଶାର୍ଦ୍ଦୁଳ ୨୪ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ରାହୁଲ କ୍ରିଜରେ ଜମି ରହି ଟେଷ୍ଟ କ୍ୟାରିୟରରେ ୧୪ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ୫୯ ଓଭର ସରିବା ପରେ ବର୍ଷା ପ୍ରବଳ  ହେବାରୁ ଆଉ ଖେଳ ଆରମ୍ଭ ହୋଇ ପାରି ନ ଥିଲା। ଆଉ ଦିନର ଖେଳ ଶେଷ ସୁଦ୍ଧା ଭାରତ ୮ଓ୍ଵିକେଟ୍ ହରାଇ ୨୦୮ ରନ କରିଛି। କେଏଲ ରାହୁଲ ୭୦ ରନ ଓ ମହମ୍ମଦ ସିରାଜ ୦ ଅପରାଜିତ ଅଛନ୍ତି। 

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବଡ଼ା ୪୪ ରନ ଦେଇ ୫ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ନାନ୍ଦ୍ରେ ବର୍ଗର ୫୦ ରନ ଦେଇ ୨ଟି ଓ୍ଵିକେଟ୍ ଓ ମାର୍କୋ ଜନସେନ ଗୋଟିଏ ସଫଳତା ହାସଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.