କରାଚୀ​ରେ ଅଛି ଦାଉଦ ଇବ୍ରାହିମ୍, କରିଛି ଦ୍ବିତୀୟ ବିବାହ: ଭଣଜାର ଚାଞ୍ଚଲ୍ୟକର ଖୁଲାସା

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ, ୧୭/୦୧: ପଳାତକ ଅଣ୍ଡରଓ୍ବାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କୁ ନେଇ ବଡ଼ ଖୁଲାସା। ସୁରକ୍ଷା ଏଜେନ୍ସୀ ଏନଆଇଏକୁ ଏଭଳି ସୂଚନା ଦେଇଛି ଦାଉଦ ଇବ୍ରାହିମ୍‌ର ଭଣଜା ଅଲୀଶାହ। ଅଲିଶାହ ନିଜ ବୟାନରେ ଦାଉଦକୁ ନେଇ ଅନେକ ବଡ଼ କଥା ମଧ୍ୟ କହିଛି। ଅଲୀଶାହ କହିଛି ଯେ ଅଣ୍ଡରଓ୍ବାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍ ଦ୍ବିତୀୟ ବିବାହ କରିଛି। ସେ ନିଜ ପ୍ରଥମ ପତ୍ନୀକୁ ତଲାଖ ଦେଇ ଦ୍ବିତୀୟ ଥର ବିବାହ କରିଛି। ଅବଶ୍ୟ ମହିଳାଙ୍କ ବିଷୟରେ ଖୁଲାସା ହୋଇନାହିଁ। ଦାଉଦ ଇବ୍ରାହିମ୍‌ଙ୍କ ଏହି ଦ୍ବିତୀୟ ପତ୍ନୀ ପାକିସ୍ତାନର ଜଣେ ପଠାନ ପରିବାରର।

ଅଲୀଶାହ ଇବ୍ରାହିମ ଦାଉଦର ଭଉଣୀ ହସୀନା ପାରକରଙ୍କ ପୁଅ। ଦାଉଦଙ୍କ ଭଣଜା ଅଲୀଶାହ ଏନଆଇୁ ପଚରାଉଚରା ସମୟରେ କହିଛି ଯେ, ଡନ୍ ଦାଉଦ ଇବ୍ରାହିମ୍ ପାକିସ୍ତାନ କରାଚୀର ଡିଫେନ୍ସ ଏରିଆରେ ଲୁଚିଛି ଏବଂ ସେ ଦ୍ବିତୀୟ ବିବାହ କରିଛି।

ଏନଆଇଏ ଦାଉଦ ଇବ୍ରାହିମ୍ ଏବଂ ଡି କମ୍ପାନୀ ସହ ଜଡ଼ିତ ମାମଲାରେ ମୁମ୍ବାଇରେ ବଡ଼ ଆକାରରେ କାର୍ଯ୍ୟାନୁଷ୍ଠାନ କରିଥିଲେ। ଏଥିରେ ଅନେକ ଲୋକଙ୍କ ବୟାନ ମଧ୍ୟ ରୁଜୁ ହୋଇଥିଲା। ଏହି ମାମଲାରେ ଜଡ଼ିତ ଅଲୀଶାହ ଇବ୍ରାହିମ ପାରକର ଏନଆଇଏକୁ ଜେରା ସମୟରେ ଦେଇଥିବା ବୟାନ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବରରେ ଇଡି ମଧ୍ୟ ଅଲୀଶାହକୁ ପଚରାଉଚରା କରିଥିଲ।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.