ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

Delhi Capitalsର ଅଧିନାୟକ ହେଲେ ଡେଭିଡ ଓ୍ୱାର୍ଣ୍ଣର, ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ

16/03/2023 at 11:06 AM

ମୁମ୍ବାଇ ୧୬।୦୩ : ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲା ନୂତନ ଅଧିନାୟକ । ରିଷଭ ପନ୍ଥଙ୍କ ଅନୁପସ୍ଥିତିରେ ଟିମ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଦଳର ବରିଷ୍ଠ ଖେଳାଳି ଡେଭିଡ ଓ୍ୱାର୍ଣ୍ଣରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହାସହିତ ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ  ଦିଆଯାଇଛି । ପୂର୍ବ ଦୁଇ ସିଜିନ୍‌ ଧରି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦ ସମ୍ଭାଳିଥିଲେ ରିଷଭ ପନ୍ଥ ।

ଖବର ଅନୁଯାୟୀ, କାର୍‌ ଦୁର୍ଘଟଣାରେ ରିଷଭ୍‌ ପନ୍ଥ ଗୁରୁତର ହୋଇଥିଲେ । ଡାକ୍ତର ତାଙ୍କୁ ଏବେ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଯାହାଫଳରେ ଆଗାମୀ ଆଇପିଏଲ୍‌ ସିଜିନ୍‌ରେ ପନ୍ଥଙ୍କ ଖେଳିବା ଅସମ୍ଭବ । କେବଳ ଆଇପିଏଲ୍‌ ନୁହେଁ ବରଂ ଅନେକ ଦିନ ପାଇଁ କ୍ରିକେଟରୁ ଦୂରରେ ରହିବେ ପନ୍ଥ । ତେବେ ଆଇପିଏଲ୍‌କୁ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ । ଯାହାଫଳରେ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ବରିଷ୍ଠ ଖେଳାଳିଙ୍କୁ ଦାୟିତ୍ୱ ଦିଆଯାଇଛି । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡେଭିଡ୍‌ ଓ୍ୱାର୍ଣ୍ଣରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହାପରେ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି ।

ତେବେ ଗତ କିଛି ଧରି ରିଷଭ ପନ୍ଥଙ୍କ ଦୁର୍ଘଟଣା ପରେ ଡେଭିଡ୍‌ ଓ୍ୱାର୍ଣ୍ଣର ଅଧିନାୟକ ହେବା ନେଇ ଚର୍ଚ୍ଚା ଚାଲିଥିଲା । ଟିମ୍‌ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି ମଧ୍ୟ ଡେଭିଡ ଓ୍ୱାର୍ଣ୍ଣର ଅଧିନାୟକ ହେବା ନେଇ ସଙ୍କେତ ଦେଇଥିଲେ । ସେପଟେ ଅଧିନାୟକ ପଦ ମିଳିବା ପରେ ଓ୍ୱାର୍ଣ୍ଣର କହିଛନ୍ତି ଯେ, ପନ୍ଥ ଦିଲ୍ଲୀ ପାଇଁ ଉଚ୍ଚତର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି । ପୁରା ଦଳ ତାଙ୍କୁ ମିସ୍‌ କରିବ । ଟିମ୍‌ ମ୍ୟାନେଜ୍‌ମେଣ୍ଟ ମୋ ଉପରେ ଭରସା କରିଥିବାରୁ ମୁଁ ଧନ୍ୟବାଦ ଦେଉଛି । ଯୁବ ଟିମ୍‌ର ନେତୃତ୍ୱ ନେବା ମୋ ପାଇଁ ଗର୍ବର ବିଷୟ ।

   Related Posts