suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ଲେ-ଅଫରେ ସ୍ଥାନ ପାଇବା ପାଇଁ ହାଇଦ୍ରାବାଦର ଏହି ଯୋଜନା ହୋଇଥିଲା ସଫଳ, ଗୁମର ଫିଟାଇଲେ ଅଧିନାୟକ ଓ୍ୱାର୍ଣ୍ଣର

5/11/2020 at 4:29 PM

ଦୁବାଇ, ୦୫୧୧:   ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ପ୍ଲେ-ଅଫରେ ପ୍ରବେଶ କରିଛି । ଗୁରୁବାର ପ୍ଲେ-ଅଫର ପ୍ରଥମ ମୁକାବିଲା ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ସନରାଇଜର୍ସ ମୁମ୍ବାଇକୁ ପରାସ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା । ଯାହା ଉପରୁ ଗୁମର ଫିଟାଇଛନ୍ତି ଦଲର ଅଧିନାୟକ ଡେଭିଡ ଓ୍ୱାର୍ଣ୍ଣର ।

ଓ୍ୱାର୍ଣ୍ଣର କହିଛନ୍ତି ଯେ, କେବେ ବି ହାର୍ ମାନିବା ଅନୁଚିତ । ଏହି ମନୋବଳ ନେଇ ଦଲ ପ୍ଲେ-ଅଫରେ ପ୍ରବେଶ କରିଛି । ପଞ୍ଜାବଠୁ ହାରିବା ପରେ ବିଭିନ୍ନ ଭୁଲକୁ ଦଳ ସୁଧାରିବକୁ ଚେଷ୍ଟା କରିଥିଲା । ଏବେ ଭଲ ଲାଗୁଛି ।  ଦଳ  ପଏଣ୍ଟ ତାଲିକାରେ ଶୀର୍ଷରେ ଥିବା ମୁମ୍ବାଇକୁ ହାଇଦ୍ରାବାଦ ୧୦ ଓ୍ୱିକେଟରେ ପରାସ୍ତ କରିଥିଲା । ମୁମ୍ବାଇ କିଛି ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା । କିନ୍ତୁ ୧୫୦ ରନରେ ବିରୋଧୀଙ୍କୁ ରୋକିବା ପାଇଁ ଯୋଜନା ହୋଇଥିଲା । ଯାହା ସଫଳ ସାବ୍ୟସ୍ତ ହୋଇଥିଲା । ସହବାଜ ନଦୀମ ଭଲ ବୋଲିଂ କରିଥିଲେ ।

ସେ ଆହୁରି କହିଛନ୍ତି ଯେ, ଭଲ ବୋଲିଂ ପରେ ଦ୍ୱିତୀୟ ଇନିଂସରେ ବ୍ୟାଟସମ୍ୟାନମାନେ ଯୋଜନା ଅନୁସାରେ ଖେଳିଥିଲେ । ଦଳର କିଛି ଖେଳାଳି ଆହତ ଥିଲେ ମଧ୍ୟ ସେମାନଙ୍କ ଭାବନା ଟିମ୍ ସହ ଥିଲା । ସେମାନଙ୍କ ପାଇଁ ଜିତିବା ନେଇ ଖେଳାଳିମାନେ ଆଶା ରଖିଥିଲେ । ଯଦି ଆସନ୍ତା ମ୍ୟାଚରେ ମଧ୍ୟ ଖେଳାଳିମାନେ ଏପରି ପ୍ରଦର୍ଶନ କରିବେ ତେବେ ଦଳ ଫାଇନାଲରେ ମଧ୍ୟ ପ୍ରବେଶ କରିବ ବୋଲି ସେ କହିଛନ୍ତି ।

   Related Posts