ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା: କମିବ ତାପମାତ୍ରା
  • ||
  • ରାହୁଲ ଅଯୋଗ୍ୟ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା; କହିଲେ, ଭୀରୁଙ୍କ ପାଖରେ ମଥାନତ କରିବା ଆମ ରକ୍ତରେ ନାହିଁ
  • ||
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||

ଆଉ ଦିନକ ପରେ ଦିନିକିଆ ସିରିଜ୍‌, ମୁମ୍ବାଇରେ ଗଲ୍ଲି କ୍ରିକେଟ୍‌ ଖେଳୁଛନ୍ତି David Warner

16/03/2023 at 8:34 AM

ମୁମ୍ବାଇ ୧୬।୦୩ : ଭିନ୍ନ ଅନ୍ଦାଜରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର । କ୍ରିକେଟ୍‌ ଫିଲ୍ଡରେ ନୁହେଁ ବରଂ ମୁମ୍ବାଇରେ ଗଲି କ୍ରିକେଟ୍‌ ଖେଳୁଥିବା ନଜର ଆସିଛନ୍ତି ଡେଭିଡ୍‌ ଓ୍ୱାର୍ଣ୍ଣର । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁଯାୟୀ, ଅଷ୍ଟ୍ରେଲିଆ ଟିମ୍‌ ଏବେ ଭାରତ ଗସ୍ତରେ ଅଛି । ଟେଷ୍ଟ ସିରିଜ୍‌କୁ ୨-୧ରେ ଭାରତୀୟ ଟିମ୍‌ ଜିତିଥିବା ବେଳେ ଶୁକ୍ରବାର (ଆସନ୍ତାକାଲି)ଠୁ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି । ଉଭୟ ଟିମ୍‌ ଦିନିକିଆ ସିରିଜ୍‌କୁ କବ୍‌ଜା କରିବା ଲକ୍ଷ୍ୟ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ଉଭୟ ଟିମ୍‌ ଏଥିଲାଗି ନେଟ୍‌ସରେ ଖୁବ୍‌ ଝାଳ ମଧ୍ୟ ବୁହାଉଛନ୍ତି । ହେଲେ ଏସବୁ ଭିତରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡେଭିଡ ଓ୍ୱାର୍ଣ୍ଣରଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି ।

ମୁମ୍ବାଇରେ ଗଲ୍ଲି କ୍ରିକେଟ୍‌ ଖେଳୁଥିବାର ନଜର ଆସିଛନ୍ତି ଡେଭିଡ୍‌ ଓ୍ୱାର୍ଣ୍ଣର । କିଛି ଛୋଟ ପିଲା ଓ ଭାରତୀୟ ସାଥୀଙ୍କୁ ନେଇ ମୁମ୍ବାଇର ଏକ ଗଳିରେ ଛୋଟ ପିଲାଙ୍କ ସହ କ୍ରିକେଟ୍‌ର ମଜା ନେଉଛନ୍ତି ଓ୍ୱାର୍ଣ୍ଣର । ଏପିରିକି ବୋଲିଂ କରୁଥିବା ସାଥୀଙ୍କୁ କେଉଁ ଜାଗାରେ ବୋଲିଂ କରିବାକୁ ମଧ୍ୟ କହୁଛନ୍ତି । କ୍ରିକେଟ୍‌ ଖେଳୁଥିବାର ଭିଡିଓ ଓ୍ୱାର୍ଣ୍ଣର ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ରେ ଆହତ ଲାଗି ଶେଷ ଦୁଇଟି ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ ଓ୍ୱାର୍ଣ୍ଣର । ଆଉ ଏବେ ଆଗାମୀ ଦିନିକିଆ ସିରିଜ୍‌ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି । ଶୁକ୍ରବାର ଦିନ ମୁମ୍ବାଇରେ ଓ୍ୱାଙ୍ଖେଡ୍‌ ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଦ୍ୱିପହର ୧.୩୦ ସମୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ ।

   Related Posts