ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁରୁ ଦାୟିତ୍ୱ, ନୂଆ ବୈଦେଶିକ ମନ୍ତ୍ରୀ ହେଲେ ଡେଭିଡ୍‌ କ୍ୟାମେରନ୍‌

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ସୁଏଲା ବ୍ରେବରମ୍ୟାନ୍‌ଙ୍କ ବିବାଦ ପରେ ପ୍ରଶାସନିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ। ବ୍ରିଟେନ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍‌ କ୍ୟାମେରନ୍‌ ହୋଇଛନ୍ତି ନୂଆ ବୈଦେଶିକ ମନ୍ତ୍ରୀ। ସେହିପରି ଜେମ୍ସ କ୍ଲେଭର୍ଲିଙ୍କୁ ନୂଆ ଗୃହମନ୍ତ୍ରୀ ପଦ ମିଳିଛି।

ଗୃହମନ୍ତ୍ରୀ ସୁଏଲା ବ୍ରେବରମ୍ୟାନ୍‌ଙ୍କୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ବରଖାସ୍ତ କରିଥିଲେ। ସୁଏଲାଙ୍କ ଏକ ଆର୍ଟିକିଲକୁ ନେଇ କିଛି ସମୟ ଧରି ବିବାଦ ଲାଗି ରହିଥିଲା । ​​ଯେଉଁଥିରେ ସେ ଲଣ୍ଡନ ପୋଲିସକୁ ପାଲେଷ୍ଟାଇନ ସମର୍ଥକ ବୋଲି ଅଭିହିତ କରିଥିଲେ।

ସରକାର କହିଛନ୍ତି ଯେ କ୍ୟାବିନେଟ ସମ୍ପ୍ରସାରଣର ଏକ ଅଂଶ ଭାବେ ବ୍ରେବରମ୍ୟାନ୍‌ ସୋମବାର ତାଙ୍କ ପଦ ଛାଡିଛନ୍ତି । ଏପି ରିପୋର୍ଟ ଅନୁଯାୟୀ, ବ୍ରେବରମ୍ୟାନ୍‌ଙ୍କୁ ବରଖାସ୍ତ କରାଇବା ଲାଗି ସୁନକଙ୍କ ଉପରେ ଚାପ ପଡୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.