scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବମ୍ବେ ଆସୁଛନ୍ତି ଡେଭିଡ ବେକହମ୍, ୱାଙ୍ଖଡେ ଷ୍ଟାଡିୟମରେ ଦେଖିବେ ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ୍‌

14/11/2023 at 3:11 PM

ନୂଆଦିଲ୍ଲୀ ୧୪।୧୧: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା କ୍ରିକେଟ୍ ୱାର୍ଲଡ କପ୍ ସେମିଫାଇନାଲ ଫୁଟବଲରଙ୍କୁ ଏବେ ନିଜ ରଙ୍ଗରେ ରଙ୍ଗୀନ କଲାଣି। ସୋମବାର ଜର୍ମାନ ଫୁଟବଲର ଥୋମାସ ମୁଲର ଟିମ୍‌ ଇଣ୍ଡିଆ ଜର୍ସି ପିନ୍ଧି ଏକ ଭିଡିଓ ସେୟାର କରିଥିଲେ, ଏଥିରେ ଏବେ ଇଂଲଣ୍ଡର ପୂର୍ବତନ ଫୁଟବଲର ଡେଭିଡ ବେକହମ୍ ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ୍‌ ଦେଖିବା ଏବେ କନଫର୍ମ ହୋଇଛି। ଡେଭିଡ୍ ବେକହମ ଏହି ମ୍ୟାଚ୍‌ ଦେଖିବା ପାଇଁ ଭାରତ ଆସୁଛନ୍ତି।

ସେ ୱଙ୍ଖଡେ ଷ୍ଟାଡିୟମରେ ଅନ୍ୟ ଦିଗ୍ଗଜ ବ୍ୟକ୍ତିତ୍ୱଙ୍କ ଗହଣରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଦେଖିବେ। ମଞ୍ଚେଷ୍ଟର ୟୁନାଇଟେଡ ଓ ରିୟଲ ମାଦ୍ରିଦର ଏହି ପୂର୍ବତନ ଷ୍ଟାର ଫୁଟବଲରଙ୍କ ଭାରତରେ ବେଶ୍ ଫ୍ୟାନ୍‌ ଫ୍ଲୋଇଂ ରହିଛି। ଏଥିରେ ତାଙ୍କର ୱାଙ୍ଖଡେ ଆସିବା କ୍ରିକେଟର ଏହି ରୋମାଞ୍ଚକର ମ୍ୟାଚ୍‌କୁ ଅଧିକ ରୋମାଞ୍ଚିତ କରିବ ବୋଲି ଆକଳନ କରାଯାଉଛି। ସେ ୟୁନିସେଫ ପକ୍ଷରୁ ଗୁଡୱିଲ ଆମ୍ବାସେଡର ଭାବେ ମ୍ୟାଚ୍‌ ବେଳେ ୱାଙ୍ଖଡେରେ ଉପସ୍ଥିତ ରହିବେ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ନଭେମ୍ବର ୧୫ ତାରିଖରେ ଖେଳାଯିବ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମଧ୍ୟାହ୍ନ ୨ଟା ବେଳେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଚଳିତ ୱାର୍ଲଡ କପ୍‌ରେ ଟିମ୍‌ ଇଣ୍ଡିଆ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି। ଏଥିରେ ସେମିଫାଇନାଲରେ ଭାରତର ପାଲ ବେଶ୍ ଭାରି ଦେଖାଯାଉଛି। ତେବେ  ଆଇସିସି ଟୁର୍ଣ୍ଣାମେଣ୍ଟମାନଙ୍କରେ ନ୍ୟୁଜଲ୍ୟାଣ୍ଡ ଟିମ୍‌ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଅବସର ମାନଙ୍କରେ ପରାସ୍ତ କରିଥିବା ଦେଖାଯାଇଛି। ଏଥିରେ ସେମି ଫାଇନାଲ ମ୍ୟାଚ୍‌ରେ ଜୋରଦାର ଟକ୍କର ହେବ ବୋଲି ଆଶା କରାଯାଉଛି।

ଚଳିତ ୱାର୍ଲଡକପରେ ମଧ୍ୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ ଷ୍ଟେଜ୍‌ ଉଭୟ ଟିମ୍‌ ମଧ୍ୟରେ ମୁକାବିଲା ହୋଇଥିଲା। ଉଭୟ ଟିମ୍‌ ଲଗାତାର ୪-୪ଟି ମ୍ୟାଟ୍‌ ଜିତି ଜଣେ ଜଣକର ସମ୍ମୁଖୀନ ହୋଇଥିଲେ। ଏଠାରେ ଟିମ୍‌ ଇଣ୍ଡିଆ ବାଜିମାତ କରି ନ୍ୟୁଜିଲ୍ୟାଣ୍ଡକୁ ବେଶ୍ ସହଜରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌କୁ ଭାରତ ୪ଟି ୱିକେଟ୍‌ରେ ଜିତିଥିଲା।

ବିଶ୍ୱକପ୍‌ ୨୦୨୩ : ସେମି ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଫୁଟବଲର

   Related Posts