ଡିଏଭି ପୋଖରୀପୁଟର ପୁଣି ସଫଳତା, ସିବିଏସ୍ଇ ଦଶମ ପରୀକ୍ଷାରେ ୧୦୦% ସଫଳ

Published By : Prameya-News7 Bureau | July 15, 2020 IST

ଭୁବନେଶ୍ବର ୧୫/୦୭: ସିବିଏସଇ ଦଶମ ପରୀକ୍ଷା ରେଜଲ୍ଟରେ ପୋଖରୀପୁଟ ଡିଏଭି ସ୍କୁଲ ପୁଣିଥରେ ରେକର୍ଡ ସଫଳତା ହାସଲ କରିଛି । ସ୍କୁଲ୍‌ର ଚଳିତ ବର୍ଷର ଦଶମ ଶ୍ରେଣୀ ରେଜଲ୍ଟ ଶତ ପ୍ରତିଶତ ହୋଇଛି । ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପୋଖରୀପୁଟ ଡିଏଭିର ୧୮୦ ଛାତ୍ର ଛାତ୍ରୀ ଚଳିତବର୍ଷ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୯୩ ପରୀକ୍ଷାର୍ଥୀ ୯୦% ଏବଂ ତଦୁର୍ଦ୍ଧ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସ୍କୁଲର ସଫଳତାରେ ଜୋରଦାର ଯୋଗଦାନ ସହ ପୁଣିଥରେ ଫୋଖରୀପୁଟ ଡିଏଭିକୁ ଗୌରାବାନ୍ନିତ କରିଛନ୍ତି । ଚଳିତ ବର୍ଷ ପୋଖରୀପୁଟ ଡିଏଭିର  ହାରାହାରି ପାସ୍‌ ହାର ୮୭.୬୭% ରହିଛି । ସଫଳ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଶ୍ବଜିତ ନାୟକ ସର୍ବାଧିକ ୯୯.୪% ନମ୍ବର ସହ ପ୍ରଥମ ହୋଇଥିବା ବେଳେ ତାଙ୍କ ପରେ ତନ୍ମୟା ମହାପାତ୍ର ୯୯% ଏବଂ ଆୟୁଷ ପାଟ୍ଟଯୋଶୀ ୯୮.୮% ନମ୍ବର ରଖି ଯଥାକ୍ରମେ ସ୍କୁଲରେ ଦ୍ୱିତୀୟ  ଓ ତୃତୀୟ ସ୍ଥାନ ଦଖଲ କରିଛନ୍ତି ।ତେବେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ୧୦୦ ରୁ ୧୦୦ ନମ୍ବର ରଖିଛନ୍ତି। କୃତି ଛାତ୍ର ଛାତ୍ରୀ ସେମାନଙ୍କ ସଫଳତା ନେଇ ଖୁସି ଜାହିର କରିବା ସହ ସ୍କୁଲ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି ଓ ସେମାନଙ୍କ ସହ ଆନନ୍ଦ ମନାଇଛନ୍ତି ।

{"id":300982,"sizeSlug":"large"}

ଏହି ଅବସରରେ  ଡିଏଭି ଫୋଖରୀପୁଟ  ଅଧ୍ୟକ୍ଷା ଡକ୍ଟର ସୁଜାତା, ସ୍କୁଲ ଏସଏମସି ଚେୟାରମ୍ୟାନ ଶ୍ରୀଯୁକ୍ତ ଏମ୍.ଏମ୍. ପଣ୍ଡା, ଓଡ଼ିଶା ଜୋନ୍ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେ.ସି.ଶତପଥୀ ପ୍ରମୂଖ ସ୍କୁଲର ଶତ ପ୍ରତିଶତ ରେଜଲ୍ଟ ଲାଗି ସାମୁହିକ ପ୍ରଚେଷ୍ଟା, ନିଷ୍ଠା ଓ  ପରିଶ୍ରମ କରିଥିବାରୁ ସମସ୍ତ କୃତି ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଅଭିଭାବକ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ଅର୍ଥାତ୍ ଗତ ୧୩ ତାରିଖରେ ପ୍ରକାଶିତ ସିବିଏସଇ ଦ୍ବାଦଶ ପରୀକ୍ଷାରେ ମଧ୍ୟ ଡିଏଭି ପୋଖରୀପୁଟ ୧୦୦%  ରେଜଲ୍ଟ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.