ଜରାନିବାସକୁ DAV ପୋଖରୀପୁଟ ଶିକ୍ଷାନୁଷ୍ଠାନର ସହାୟତା
9/05/2020 at 8:28 AM

ଭୁବନେଶ୍ୱର ୦୯।୦୫: ଭୁବନେଶ୍ୱର ସ୍ଥିତ ଡି.ଏ.ଭି ପୋଖରୀପୁଟ ଶିକ୍ଷାନୁଷ୍ଠାନର ଯିଏକି ସଦାସର୍ବଦା ସମାଜର କଲ୍ୟାଣରେ ନିଜକୁ ନିୟୋଜିତ କରିଥାଏ । ବର୍ତ୍ତମାନ ଚାରିଆଡେ କରୋନା ଭାଇରସ ମହାମାରୀ ରୂପ ନେଇଥିବା ବେଳେ ଏହି ଶିକ୍ଷାନୁଷ୍ଠାନ ଜନ ମଙ୍ଗଳ କାର୍ଯ୍ୟରୁ ନିଜକୁ ନିବୃତ କରିନାହିଁ । ଆଜି ପିପୁଲ୍ ଫର୍ ସେବା, ମହତାବ ରୋଡ ଏବଂ ଉତ୍ତରାରେ ଅବସ୍ଥିତ ଦୁଇଟି ଆନନ୍ଦ ଆଶ୍ରମରେ ଥିବା ଜରାନିବାସକୁ ସହାୟତା ଯୋଗାଇଦେଇଛି ଏହି ଶିକ୍ଷାନୁଷ୍ଠାନ । ଡି.ଏ.ଭି ପୋଖରୀପୁଟ ଏହି ସବୁ ସ୍ଥାନରେ ଗୋଟିଏ ମାସର ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ଉପକରଣ ପ୍ରଦାନ କରିଛି । ଡି.ଏ.ଭି ପୋଖରୀପୁଟର ଅଧ୍ୟକ୍ଷା ଡ.ସୁଜାତା ଓ ସହକର୍ମୀ ଏହି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ।
Related Posts
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023