ମାଆଙ୍କର ଦ୍ୱିତୀୟ ବିବାହ କରି ଝିଅ ଲେଖିଲେ ଏମିତି ପାେଷ୍ଟ, ଲୋକେ କହୁଛନ୍ତି…

Published By : Prameya-News7 Bureau | December 19, 2021 IST

ନୂଆଦିଲ୍ଲୀ ୧୯/୧୨ : ବିବାହ ଏକ ପବିତ୍ର ବନ୍ଧନ। ବାହାଘର ହେଲେ ପରିବାରରେ ଖୁସିର ମାହୋଲ ଖେଳିଯାଏ। କିନ୍ତୁ ବେଳେବେଳେ ମନାନ୍ତର, ମତାନ୍ତର ଓ ଭୁଲ ବୁଝାମଣା ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ତିକ୍ତତା ଆସିଥାଏ। ଫଳରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ବେଳେ ବେଳେ ଏଭଳି କିଛି ଘଟଣା ଚର୍ଚ୍ଚାର ପରିସର ଭିତରକୁ ଆସେ। ଏଭଳି ଏକ କାହାଣୀ ସୋସିଆଲ ମିଡିଆରେ ସେୟାର କରି ଜଣେ ଝିଅ ତାଙ୍କ ମାଆଙ୍କ ବିଷୟରେ କହିଛନ୍ତି। ଏହା ଦେଖି ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଝିଅଟି ମାଆଙ୍କ ଫଟୋ ପୋଷ୍ଟ କରିବା ସହ ମାଆଙ୍କର ଦ୍ୱିତୀୟ ବିବାହ ମଧ୍ୟ କରାଇଛନ୍ତି।

ଏହାର ପୁରା ଘଟଣା alphaw1fe ନାମକ ଜଣେ ୟୁଜର ଟୁଇଟରରେ ସେୟାର କରିଛନ୍ତି। ଦ ଟ୍ରିବ୍ୟୁନ୍‌ର ଏକ ରିପୋର୍ଟ ଅନୁସାରେ ଝିଅ ଜଣଙ୍କ କହିଛନ୍ତି ତାଙ୍କ ମାଆ ୧୫ ବର୍ଷ ପରେ ପୁଣି ବାହା ହେଉଛନ୍ତି। ଏହା ତାଙ୍କ ପାଇଁ ବହୁତ ଖୁସିର ମୁହୁର୍ତ୍ତ କାରଣ ଭଲପାଇବା ନାଁରେ ତାଙ୍କ ମାଆ ଧୋକା ଖାଇଛନ୍ତି। ଝିଅଟି ମାଆଙ୍କ ବାହାଘରର ମେହେନ୍ଦି କରୁଥିବାର ଫଟୋ ଓ ଭିଡିଓ ମଧ୍ୟ ସେୟାର କରିଛନ୍ତି।

wp:html /wp:html

ଝିଅ କହିଛନ୍ତି ମାଆଙ୍କ ବାହାଘର ହେଉଛି ମୋର ବିଶ୍ୱାସ ହେଉନି । ମାଆଙ୍କ ଫଟୋ ସେୟାର କରି ସେ ଭଲ ଦେଖାଯାଉଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ତାଙ୍କ ମାଆ ବହୁତ କମ ବୟସରୁ ବାହା ହୋଇଥିଲେ। ମାଆଙ୍କୁ ୧୭ବର୍ଷ ହୋଇଥିବା ସମୟରେ ତାଙ୍କ ବାହାଘର ହୋଇଥିଲା। ମାଆ ଯାହାକୁ ବାହା ହୋଇଥିଲେ ସେ ତାଙ୍କ ସ୍କୁଲ ଫି ମଧ୍ୟ ଦେଉନଥିଲେ ବୋଲି ସେ କହିଛନ୍ତି। ଏପରିକି ଝିଅକୁ ୨ବର୍ଷ ହେବା ପରେ ସେ ଉଭୟଙ୍କୁ ଛାଡ଼ି ଚାଲି ଯାଇଥିଲେ ବୋଲି କହିଛନ୍ତି।

ମାଆ ଓ ଝିଅଙ୍କର ଏହି କାହାଣୀ ପଢ଼ି ୟୁଜର୍ସମାନେ ଟୁଇଟରରେ ଝିଅକୁ ପ୍ରଶଂସା କରିଛନ୍ତି। ଝିଅଙ୍କ ମାଙ୍କୁ ଅଭିନନ୍ଦନ ଜଣାଇବା ସହ ଝିଅକୁ ଖୁବ୍ ପ୍ରଶଂସା କରୁଛନ୍ତି। ଝିଅଟି ମାଆଙ୍କ ବାହାଘରର ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ କହିଛନ୍ତି ତାଙ୍କ ମାଆ ବର୍ତ୍ତମାନ ପର୍ଯ୍ୟନ୍ତ ଭୁଲ ବିବାହ ସମ୍ପର୍କ ନିଭାଇ ଆସୁଥିଲେ। ଏହି ସମ୍ପୂର୍ଣ୍ଣ କାହାଣୀକୁ ଟୁଇଟରରେ ୟୁଜର୍ସମାନେ ବହୁତ ପସନ୍ଦ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.