ନିଷ୍ଠାରେ ସଫଳତା ଆସେ : ଚା’ ଦୋକାନୀଙ୍କ ଝିଅ ହେଲେ ବାୟୁସେନାରେ ଫ୍ଲାଇଙ୍ଗ୍ ଅଫିସର

Published By : Prameya-News7 Bureau | June 22, 2020 IST

ଭୋପାଳ ୨୨/୬: କଠିନ ପରିଶ୍ରମ ବଳରେ ଲକ୍ଷ୍ୟସ୍ଥଳକୁ ଛୁଇଁବା ଅସମ୍ଭବ ନୁହେଁ। ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ମଧ୍ୟପ୍ରଦେଶର ଏହି ଉଦଯୋଗୀ ଝିଅ। ଯିଏ କେବଳ ନିଜ ପରିବାରର ଗୌରବ ବଢ଼ାଇ ନାହାନ୍ତି ବରଂ ନିଜ ରାଜ୍ୟର ନାଁ ମଧ୍ୟ ଉଚ୍ଚ କରିଛନ୍ତି। ଚା ଦୋକାନୀଙ୍କ ଝିଅ ଆଞ୍ଚଲ୍ ଗଙ୍ଗଓ୍ବାଲଙ୍କୁ ବାୟୁ ସେନାରେ ଫ୍ଲାଇଙ୍ଗ୍ ଅଫିସରର କମିଶନ୍ ମିଳିଛି। ତାଙ୍କ ବାପା ଆଜି ବି ନିମଚରେ ଚା ଦୋକାନ ଚଲାଉଛନ୍ତି।

{"id":289738,"sizeSlug":"large"}

ଜୁନ୍ ୨୦ତାରିଖରେ ହାଇଦ୍ରାବାଦରେ ସଂଯୁକ୍ତ ସ୍ନାତକ ପାସିଙ୍ଗ୍ ଆଉଟ୍ ପାରେଡର ଆୟୋଜନ କରାଯାଇଥିଲା। ମାର୍ଚ୍ଚ ଫାଷ୍ଟ୍ ପରେ ଆଞ୍ଚଲ୍ ଗଙ୍ଗଓ୍ବାଲଙ୍କୁ ରାଷ୍ଟ୍ରପତି ପଟ୍ଟିକାରେ ସମ୍ମାନିତ କରାଯାଇଥିଲା। ଆଞ୍ଚଲଙ୍କୁ ଭାରତୀୟ ବାୟୁସେନା ପ୍ରମୁଖ ବିକେଏସ୍ ଭଦୌରିଆଙ୍କ ଉପସ୍ଥିତିରେ ଫ୍ଲାଇଙ୍ଗ୍ ଅଫିସର ଭାବେ କମିଶନ ମିଳିଥିଲା। ଆଞ୍ଚଲ୍ ଗଙ୍ଗଓ୍ବାଲଙ୍କ ବାୟୁସେନା ପ୍ରତି ଆକର୍ଷଣ ଆରମ୍ଭରୁ ଥିଲା। ସେ ଏଥିପାଇଁ ଦୁଇ ଦୁଇଟି ସରକାରୀ ଚାକିରୀ ଛାଡ଼ି ସାରିଥିଲେ।

{"id":289739,"width":587,"height":538,"sizeSlug":"large"}

ଆଞ୍ଚଲ୍ ଉତ୍ତରାଖଣ୍ଡ ଟ୍ରାଜେଡ଼ି ସମୟରେ ବାୟୁସେନାରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ପରିଶ୍ରମୀ ଆଞ୍ଚଲ୍ ପୂର୍ବରୁ ମଧ୍ୟପ୍ରଦେଶରେ ପୋଲିସ୍ ସବ୍-ଇନସପେକ୍ଟର ପଦରେ ନିୟୋଜିତ ଥିଲେ। ଏହା ଛାଡ଼ିବା ପରେ ତାଙ୍କର ଚୟନ ଶ୍ରମ ଇନିସପେକ୍ଟର ପଦରେ ହୋଇଥିଲା। କିନ୍ତୁ ଆଞ୍ଚଲଙ୍କ ଲକ୍ଷ୍ୟ ଥିଲା ବାୟୁସେନାରେ ସାମିଲ ହେବା। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ସେ ସରକାରୀ ଚାକିରୀର ଚିନ୍ତା କରିନଥିଲେ। ଦୁଇଟି ଚାକିରୀ ଛାଡ଼ିବା ପରେ ସେ ବାୟୁ ସେନା​‌ରେ ଯାତ୍ରା ଆରମ୍ଭ କରିଥିଲେ।

{"id":289740,"sizeSlug":"large"}

ଶନିବାର ପାସିଂ ଆଉଟ୍ ପାରେଡରେ ଝିଅକୁ ମାର୍ଚ୍ଚ ଫାଷ୍ଟ କରିବାର ଦେଖି ପରିବାର ଲୋକେ ଖୁସିରେ ଆତ୍ମହରା ହୋଇ ଉଠିଥିଲେ। ପରିବାର ଲୋକଙ୍କ ଆଖିରେ ଖୁସିର ଲୁହ ଆସି ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.