ଗାଙ୍ଗୁଲିଙ୍କ ଝିଅର ଅଭିମାନ, କାହିଁକି ଓ କାହା ପାଇଁ.. ପଢିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ

Published By : Prameya-News7 Bureau | May 03, 2020 IST

କୋଲକାତା, ୦୩|୦୫ : ଭାରତୀୟ ଦଳର ପୂର୍ବତନ ଅଧ୍ୟକ୍ଷ ତଥା ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଏବେ କୋଲକାତାରେ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି । ସେ ନିଜ ଝିଅ ସନା ଗାଙ୍ଗୁଲିଙ୍କୁ ବହୁତ ଭଲ ପାଇଥାନ୍ତି ଓ ସୋସିଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରିଥାନ୍ତି । ଏବେ ସନା ସୋସିଆଲ ମିଡିଆରେ ନିଜ ପରିବାରର ଫଟୋ ସେୟାର କରିଛନ୍ତି । ତେବେ ପରିବାରରେ ତାଙ୍କ ସ୍ଥାନ ଆଉ କିଏ ନେଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

wp:core-embed/instagram {"url":"https://www.instagram.com/p/B_sTP0kAUsp/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_sTP0kAUsp/?utm_source=ig_embed
/wp:core-embed/instagram

ସନା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଗାଙ୍ଗୁଲି, ଡୋନା ଓ ତାଙ୍କ ପରିବାରର ପୋଷା କୁକୁରର ଫଟୋ ରହିଛି । ଏହି ଫଟୋରେ ସନା କ୍ୟାପସନ୍ ଦେଇ ପରିବାରର କେହି ତାଙ୍କ ସ୍ଥାନ ନେଇଥିବା ଲେଖିଛନ୍ତି । ସେ ବିଦେଶରେ ପାଠ ପଢନ୍ତି । ଏପରିକି ଅନେକ ସମୟ ବିଦେଶରେ ଅତିବାହିତ କରିଥାନ୍ତି । ଏବେ ଲକଡାଉନ୍ ପାଇଁ ସେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ।

ଗାଙ୍ଗୁଲି ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ, ଏବେ ସେ ସନାଙ୍କ ସହ ସମୟ ବିତାଉଛନ୍ତି । ଯାହା ତାଙ୍କୁ ଆନନ୍ଦ ଦେଉଛି । ସନା ରୋଷେଇ କଲା ବେଳେ ସେ ନିଜେ ସେଠାରେ ରହି ଦେଖିଥାନ୍ତି । ଏପରିକି ଉଭୟ ସିନେମା ମଧ୍ୟ ଦେଖିଥାନ୍ତି । ଏବେ ସନା ୧୮ ବର୍ଷର ଅଟନ୍ତି । ଏହି ସମୟରେ ତାଙ୍କୁ ବୁଝିବା ଓ ବୁଝାଇବା ପାଇଁ ସୁଯୋଗ ମିଳୁଛି ବୋଲି ଗାଙ୍ଗୁଲି କହିଛନ୍ତି ।

ବର୍ତ୍ତମାନର ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତକଲେ ଗାଙ୍ଗୁଲି

ଗାଙ୍ଗୁଲି ଖେଳୁଥିବା ବେଳେ ଅନେକ ଦ୍ରୁତ ବୋଲର ଓ ସ୍ପିନରଙ୍କ ମୁକାବିଲା କରିଛନ୍ତି । ଖେଳୁଥିବା ବେଳେ କଠିନ ପରିସ୍ଥିତି ସହ କରୋନା ସ୍ଥିତି ସମାନ ବୋଲି ସେ କହିଛନ୍ତି । ଏହି ପରିସ୍ଥିତି ଅଧିକ ଜଟିଳ ଅଟେ । ସମସ୍ତେ କରୋନା ମୁକାବିଲାରେ ସଫଳ ହେବେ ବୋଲି ସେ ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.