ଅକ୍ସଫୋର୍ଡ ୟୁନିର୍ଭସିଟିରେ ପାଠ ପଢ଼ିବେ ବଙ୍ଗୋମୁଣ୍ଡାର ଝିଅ,ଇତିହାସରେ କରିବେ ପି.ଏଚ୍‌.ଡି

Published By : Prameya-News7 Bureau | August 28, 2020 IST

ବଲାଙ୍ଗୀର୨୮/୮: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ଝିଅ ଶୀତଲ ଜୈନ ଲଣ୍ଡନର ଜଣାଶୁଣା ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଇତିହାସରେ ପି.ଏଚ.ଡି ପାଇଁ ମନୋନୀତ ହୋଇଛନ୍ତି । ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ପି.ଏଚ.ଡି. କରିବା ପାଇଁ ବିଶ୍ୱରୁ ଅନେକ ପ୍ରାର୍ଥୀ ଆବେଦନ କରିଥାଆନ୍ତି , କିନ୍ତୁ ଏଠାରେ ମାତ୍ର ୫୪ଟି ସିଟ୍ ରହିଛି ।

{"id":321528,"sizeSlug":"large"}

ସେହି ସିଟ୍‌ ମଧ୍ୟରୁ ଭାରତ ପାଇଁ ମାତ୍ର ଗୋଟିଏ ରହିଛି । ୧୪୦ କୋଟି ଜନସଂଖ୍ୟାରୁ ବଙ୍ଗୋମୁଣ୍ଡାର ଜୟ ପ୍ରକାଶ ଜୈନ ଏବଂ କାନ୍ତାଦେବୀ ଜୈନଙ୍କ ଝିଅ ଶୀତଲଙ୍କୁ ପଢିବାକୁ ମିଲିଛି ସୌଭାଗ୍ୟ । ଶୀତଲ ଛୋଟ ବେଳୁ ଥିଲେ ଶିକ୍ଷାନୁରାଗୀ । ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଡିଫିଲ କାର୍ଯ୍ୟକ୍ରମରେ ପି.ଏଚ.ଡି. କରିବା ଆଶା ରଖି ଶୀତଲ ୨୦୧୯ ସେପ୍ଟେମ୍ବର ମାସରୁ ଆବେଦନ କରିଥିଲେ । ୨୦୨୦ ଅଗଷ୍ଟରେ ଫଳାଫଳ ବାହାରିଛି ।

ଶୀତଳ ଇଂଲଣ୍ଡର ଜଣାଶୁଣା ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଇତିହାସରେ ପି.ଏଚ.ଡି ପାଇଁ ମନୋନୀତ ହୋଇଥିବା ଖବର ଆସିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଶୀତଲଙ୍କ ସମ୍ପକୀୟମାନେ ଫୋନ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.