ପ୍ରେମପାଗଳିନୀ ଝିଅର ଉନ୍ମତ କାଣ୍ଡ, ପ୍ରେମିକ ସହ ମିଶି ହତ୍ୟା କଲା ମା କୁ

Published By : Prameya-News7 Bureau | October 28, 2019 IST

ରଙ୍ଗାରେଡ୍ଡୀ : ଦୁଇ ଦୁଇ ଜଣ ଯୁବକଙ୍କ ସହ ପ୍ରେମକୁ ମା ବିରୋଧ କରିବାରୁ ଜଣେ ପ୍ରମପାଗଳିନୀ ଝିଅ ପ୍ରେମିକ ସହ ମିସି ମାକୁ ନିର୍ମମ ହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ହୟାତ ନଗର ଅଞ୍ଚଳର ମୁନୁ ଗୁନୁରରେ। ଏଠାରେ ରହୁଥିବା ପି.ଶ୍ରୀନିବାସ ରେଡ୍ଡୀଙ୍କ ଝିଅ କିର୍ତ୍ତି ପ୍ରେମିକ ସହ ମିସି ମାକୁ ନିର୍ମମ ହତ୍ୟା କରିବା ପରେ ଟ୍ରେନ ଲାଇନରେ ଫିଙ୍ଗି ଦେଇଥିଲା। ପିତା ଫେରିବା ପରେ ଘରେ ପତ୍ନୀକୁ ନ ପାଇ ଝିଅକୁ ବିରକ୍ତ ହେବାରୁ ଘଟଣାରୁ ପର୍ଦ୍ଦା ହଟିଛି। ପୋଲିସ ଘଟଣାରେ କିର୍ତ୍ତିକୁ ଗିରଫ କରିଥିବା ବେଳେ ପ୍ରେମିକ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ ରମନ୍ନାପେଟର ଶ୍ରୀନିବାସ ପରିବାର ସହ ଗତ କିଛି ଦିନ ହେଲା ମନୁଗୁନରରେ ଘର ଭଡା ନେଇ ରହୁଥିଲେ। ଶ୍ରୀନିବାସ ପେଷାରେ ଲରି ଚାଳକ। ଏଣୁ ଅନେକ ସମୟରେ ଘରୁ ଦୂରରେ ରହନ୍ତି। ତେବେ ଝିଅ କିର୍ତ୍ତି ୨ ଜଣ ଯୁବକଙ୍କ ସହ ପ୍ରେମ କରୁଥିବା ଜାଣିପାରି ମା ରଜିତା ତାକୁ ରାଗ ହୋଇଥିଲେ । ନିଜର ଗୁଣ ସୁଧାରିବାକୁ ଝିଅକୁ କହିଥିଲେ। ହେଲେ ଝିଅ ଗୁଣ ସୁଧାରିବ କଣ ନିଜ ରାସ୍ତାରୁ ମାକୁ ସବୁଦିନ ଲାଗି ହଟେଇ ଦେବାକୁ ଯୋଜନା କରିଥିଲା। ଏଥିରେ ତାକୁ ଜଣେ ପ୍ରେମିକ ସହାୟତା କରିଥିଲା। ଘରେ ମାକୁ ହତ୍ୟା କରି ପ୍ରେମିକ ସହ ୩ ଦିନ ଶବ ସହ ରହିଥିଲା। ହେଲେ ଶବ ଷଢିବାରୁ ଲୋକେ ଜାଣି ଯିବା ଭୟରେ ପ୍ରେମିକ ସହାୟତାରେ ତାକୁ ଟ୍ରେନଲାଇନରେ ଫିଙ୍ଗି ଦେଇ ବିଶାଖାପାଟଣା ଯାଉଛି କହି ଅନ୍ୟ ଜଣେ ପ୍ରେମିକ ଘରକୁ ଚାଲିଯାଇଥିଲା।

ପିତା ଫେରିବା ପରେ ଘରକୁ ଆସିଥିଲା କିର୍ତ୍ତି। ମା ସମ୍ପର୍କରେ ପଚାରିବାରୁ କିଛି ଜାଣି ନଥିବା କହିଥିଲା। ଏ ନେଇ ପିତା ଶ୍ରୀନିବାସ ପୋଲିସରେ ଏତଲ୍ଲା ଦେବା ବେଳେ ମୃତ ମହିଳାଙ୍କ ଶବ ଦେଖି ତାଙ୍କ ପିତା ଚିହ୍ନଟ କରିଥିଲେ। ଏଥିରୁ ସମସ୍ତ ଘଟଣା ଜଣାପଡିଥିବା ବେଳେ କିର୍ତ୍ତି ହତ୍ୟା ସ୍ୱୀକାର କରିଛି। ପୋଲିସ କିର୍ତ୍ତିକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ମାକୁ ହତ୍ୟା କରିବାରେ ତାକୁ ସହାୟତା କରିଥିବା ପ୍ରେମିକ କେଉଁଆଡେ ଫେରାର ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.