ଶ୍ବଶୁର ପ୍ରେମରେ ପଡିଲା ବୋହୂ, ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଥାନାରେ ନେଲେ ଶପଥ

Published By : Prameya-News7 Bureau | June 17, 2019 IST

ନୂଆ ଦିଲ୍ଲୀ ୧୭।୬: ଶ୍ବଶୁର ପ୍ରେମରେ ପାଗଳ ହୋଇଯାଇଛି ବୋହୂ। ଏଭଳି ଏକ ଆଚମ୍ବିତ ଘଟଣା ଘଟଣା ଘଟିଛି ଦିଲ୍ଲୀର ବେଗମପୁରରେ। ବାପା ନିଜ ପୁଅକୁ ଧୋକା ଦେଇବୋହୂକୁ ବିବାହ କରିଛି । ଏହି ବିଷୟରେ ପୁଅ ଜାଣିବା ପରେ, ସେ ପୋଲିସ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି। ପୋଲିସ ଶ୍ବଶୁରକୁ ଗିରଫ କରି ହାଜତରେ ବନ୍ଦ କରିବା ଦେଖି ଉଭୟ ବୋହୂ ଓ ପ୍ରେମୀ ଶ୍ବଶୁର ସାରା ଜୀବନ ଏକାଠି ହୋଇ ମରିବେ ବଂଚିବେ ବୋଲି ଶପଥ ନେଇଛନ୍ତି।

{"id":124002,"width":570,"height":427}

ବୀନ୍ ଟୋଲା ନିବାସୀ ବିରେନ୍ଦ୍ର ମହତୋ ପୁଅକୁ ଧୋକା ଦେଇ ନିଜ ବୋହୂ ଉଷା ଦେବୀଙ୍କୁ ଭଲ ପାଇବସିଥିଲେ। କିଛି ବର୍ଷ ହେବ ଦୁହେଁ ଲୁଚି ଛପି ପରଷ୍ପରକୁ ଏକାରେ ଦେଖା କରୁଥିଲେ। ଶେଷରେ ପ୍ରେମର ଏକ ନୂଆ ନାଁ ଦେବାକୁ ଯାଇ ଉଭୟ ଘରୁ ପଳାଇ ପୂରଣଦେବୀ ମନ୍ଦିରରେ ବିବାହ କରିଛନ୍ତି।

{"id":124004,"width":568,"height":378}

ବିବାହ ସମ୍ପର୍କରେ ଜାଣିବା ପରେ ପୁଅ ଥାନାରେ ଯାଇ ଏତଲା ଦେଇଥିଲେ। ପୋଲିସ ବୀରେନ୍ଦ୍ରକୁ ଗିରଫ କରି ରଖିଛି। ତେବେ ନୂଆ ବାହା ହୋଇଥିବା ସ୍ତ୍ରୀ ଏସବୁ ସହି ପାରିନଥିଲା। ତେଣୁ ସ୍ବାମୀକୁ ଜେଲରୁ ବାହାର କରିବା ପାଇଁ ଅନେକ ଚେଷ୍ଟା ଚଳାଇଛି। ଏମିତିକି ଜେଲ ସମ୍ମୁଖରେ ପ୍ରେମୀ ଶ୍ବଶୁର ଓ ବୋହୂ ଶପଥ ମଧ୍ୟ ନେଇଛନ୍ତି। ଏବେ ଥାନା ଆଗରେ ଫେରିବା ବାଟକୁ ଚାହିଁ ବସିଛି ବୋହୂ। କେନଗର ଥାନା ଅଧୀକ୍ଷକ କହିଛନ୍ତି ଯେ, ଉଷା ଦେବୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.