ପୁଅ ବୋହୁଙ୍କ କଳି, ଦଣ୍ଡ ଭୋଗୁଛନ୍ତି ବୁଢା ବାପା-ମାଆ ; ରୋଗୀଣା ଶ୍ବଶୁର ଏବଂ ଶାଶୁଙ୍କୁ ତାଲା ପକାଇ ରଖିଛନ୍ତି ବୋହୂ

Published By : Prameya-News7 Bureau | January 12, 2019 IST

ନୟାଗଡ ୧୨|୧: ପୁଅ ବୋହୁଙ୍କ ପାରିବାରିକ କଳି, ଦଣ୍ଡ ଭୋଗୁଛନ୍ତି ବୁଢା ବାପା-ମାଆ। ପକ୍ଷାଘାତ ପୀଡିତ ଶ୍ବଶୁର ଏବଂ ରୋଗୀଣା ଶାଶୁଙ୍କୁ ଚିକିତ୍ସା ପାଇଁ ମଧ୍ୟ ବୋହୂ ଘର ବାହାରକୁ ଛାଡୁନାହାନ୍ତି । ବୋହୂ ଘରେ ତାଲା ପକାଇ ଦେଇ ବାହାରକୁ ଛାଡୁନଥିବା ଅଭିଯୋଗ । ନଜରବନ୍ଦିରେ ରୋଗୀଣା ବାପା-ମାଆ । ଏପଟେ ପୁଅ ମଧ୍ୟ ବାପାମାଙ୍କୁ ଦେଖିବାକୁ ଘରକୁ ଆସୁନାହାନ୍ତି । । ନୟାଗଡ ରାଜସୁନାଖଳା ଡିହଗଁ।ର ଏଭଳି ଅଭାବନୀୟ ଘଟଣା ଘଟିଛି । ମାମଲା ଥାନାକୁ ଯାଇଛି, ହେଲେ ସମାଧାନର ବାଟ ବାହାର କରିପାରିନି ପୋଲିସ । ସେପଟେ ସ୍ବାମୀ ପଚାରୁନଥିବାରୁ ଏଭଳି ପଦକ୍ଷେପ ନେଇଥିବା ସ୍ବୀକାର କରିଛି ବୋହୂ ।

{"id":72958}

ସୂଚନା ଅନୁସାରେ ରଣପୁର ଖଣ୍ଡିଆବନ୍ଧ ଗଁ।ର କୁନି  ଡିହଗଁ।ର ମନୋରଞ୍ଜନଙ୍କୁ ତିନିବର୍ଷ ତଳେ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । କୁନି ବାପଘରକୁ ଚାଲିଯାଇଥିଲେ । ସେଠାରେ ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା । ବାପଘରେ ଥାଇ କୁନି, ସ୍ବାମୀ ମନୋରଞନ, ଶାଶୁଶ୍ବଶୁର ଏବଂ ନଣନ୍ଦଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ତେବେ ତିନିମାସ ତଳେ କୁନି ଶ୍ବଶୁର ଘରକୁ ଆସି ଘରେ ରହିବା ସହ ଘରର ମୂଖ୍ୟ ଗେଟ୍ ରେ ତାଲା ପକାଇଦେଇଛନ୍ତି । ଫଳରେ ଶାଶୂ-ଶ୍ବଶୁର ଚିକିତ୍ସା ପାଇଁ ବାହାରକୁ ଯାଇ ପାରୁନାହାନ୍ତି ।

{"id":72959}

ଏଭଳି ଅଭିଯୋଗ କରିଛନ୍ତି କୁନିଙ୍କ ନଣନ୍ଦ ପ୍ରଭାସିନୀ । ତେବେ କୁନି ମଧ୍ୟ ନିଜ ଜିଦ୍ ରେ ଅଟଳ । ସ୍ବାମୀ ମନୋରଞ୍ଜନ ଘଟଣାର ସମାଧାନ କରିବାକୁ ଦାବି କରିଛନ୍ତି । ପୋଲିସ ହସ୍ତକ୍ଷେପ କରିବାକୁ ଗାଁ ଲୋକ ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ରଣପୁର ଥାନା ଅଧିକାରୀଙ୍କୁ ଅତିରିକ୍ତ ଏସ୍.ପି. ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.