ଅମାନବୀୟ : ପଡିଶା ଘରୁ ତରକାରୀ ମାଗିବାରୁ ଶାଶୁଙ୍କୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ମାଡ, ଫେରାର ବୋହୂକୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | August 09, 2019 IST

କାମାକ୍ଷାନଗର ୯|୮: ଶାଶୁକୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ବାଡେଇବା ଘଟଣାରେ ହୋହୂକୁ ଅଟକ ରଖିଛି ପୋଲିସ । ଶାଶୁ ପଡିଶା ଘରୁ ତରକାରୀ ମାଗିବାରୁ ତାଙ୍କୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ମାଡ ମାରିଥିଲେ ବୋହୂ ।

{"id":142515}

ସୂଚନାଯୋଗ୍ୟ ଯେ, ଗତକାଲି ପରଜଙ୍ଗ ଥାନା ଗେହ୍ଲେଈକାଟେଣି ଗ୍ରାମରେ ଶାଶୁକୁ ଘରୁ ଘୋଷାଡି ଘୋଷାଡି ଆଣି ଗାଁ ଦାଣ୍ଡରେ ବୋହୂ କଚାଡିବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଖବର ପାଇ ପରଜଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶାଶୁକୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ଘଟଣା ପରଠାରୁ ବୋହୂ ଫେରାର ହୋଇଯାଇଥିଲେ । ଆଜି ପୋଲିସ ଘରୁ ସବିତା ନାୟକକୁ ଆଣି ଥାନାରେ ଅଟକ ରଖି ପଚାରା ଉଚୁରା କରୁଛି । ଶାଶୁ ପଡିଶା ଘରୁ ତରକାରୀ ମାଗିବାରୁ ଶାଶୁକୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ମାଡ ମାରିଥିଲେ ବୋଲି ସ୍ବୀକାର କରିଛନ୍ତି ବୋହୂ ସବିତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.