ବାଥ୍‌ରୁମ୍‌ରେ ଗାଧୋଉଥିଲେ ମହିଳା, ଲୁଚିଲୁଚି ଆସି ଇନଷ୍ଟାଗ୍ରାମ​‌ରେ ଲାଇଭ୍‌ କରିଦେଲା ଝିଅ…

Published By : Prameya-News7 Bureau | October 10, 2021 IST

ଓ୍ବାଶିଂଟନ ୧୦/୧୦ : ମୋବାଇଲ ଏବଂ ସୋସିଆଲ ମିଡିଆର ଦୁନିଆରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି ଯାହାକି ତାଜୁବ କରିଦେବ । ସୋସିଆଲ ମିଡିଆରେ ଏଭଳି ଭୁଲ ହୋଇଯାଇଥାଏ ଯାହାକି ପରେ ବେଶ ଭାଇରାଲ ହୋଇଥାଏ କିନ୍ତୁ ଭାବିଲା ବେଳକୁ ସବୁକିଛି ଶେଷ ହୋଇଯାଇଥାଏ । ନିକଟରେ ଏଭଳି ଏକ ଘଟଣା ଘଟିଛି । ଜଣେ ମହିଳା ବାଥ୍‌ ରୁମ୍‌ରେ ଗାଧୋଉଥିବା ବେ​‌ଳେ ତାଙ୍କର ଛୋଟ ଝିଅ ଏଭଳି ହରକତ୍‌ କରିଦେଇଛି ଯାହା ଫଳରେ ମହିଳାଜଣଙ୍କୁ ଲଜ୍ଜିତ ହେବାକୁ ପଡିଛି ।

ମହିଳାଜଣକ ଗାଧୋଉଥିବା ବେଳେ ତାଙ୍କ ଝିଅ ମୋବାଇଲ ନେଇ ସୋସିଆଲ୍‌ ମିଡିଆରେ ଲାଇଭ୍‌ କରିଦେଇଥିଲା । କିନ୍ତୁ ଏ ବାବଦରେ ମହିଳାଙ୍କୁ ଆଦୌ ସୁରାକ୍‌ ମଧ୍ୟ ମିଳିନଥିଲା । ସେ ଗାଧୋଇସାରିବା ପରେ ବାହାରକୁ ଆସି ଇନଷ୍ଟାଗ୍ରାମ ଦେଖିବା ପ​‌ରେ ତାଜୁବ ହୋଇଯାଇଥିଲେ । ସୋସିଆଲ ମିଡିଆରେ ସେ ଗାଧୋଉଥିବାର ଭିଡିଓ ଅପ୍‌ଲୋଡ୍‌ ହୋଇଥିଲା ।

ଏହି ଘଟଣା ଆମେରିକାର ଏକ ସହରରେ ଘଟିଛି । ଏଭଳି ଲଜ୍ଜାଜନକ ଘଟଣା ଘଟିବା ପରେ ମହିଳାଜଣକ ସୋସିଆଲ ମିଡିଆରେ ଲାଇଭ୍‌ ଆସି ସମସ୍ତ ଘଟଣା ବାବଦରେ ଲୋକମାନଙ୍କୁ ଅବଗତ କରାଇଥିଲେ । ମହିଳାଙ୍କ କହିବା କଥା ଯେ, ‘ବାଥ୍‌ ରୁମ୍‌ରେ ଗାଧୋଉଥିବା ବେଳେ ତାଙ୍କ ଝିଅ ଯେ କି ମାତ୍ର ୬ ବର୍ଷର, ମୋବାଇଲ ଧରି ଖେଳୁଥିଲେ । କିନ୍ତୁ ଆଦୌ ଜଣାନଥିଲା ଯେ, ସେ ବାଥ୍‌ରୁମ୍‌ ନିକଟକୁ ଆସି ଲାଇଭ୍‌ କରିବ ବୋଲି । ଇନଷ୍ଟାଗ୍ରାମ ପେଜ୍‌ ଖୋଲି ଲାଇଭ୍‌ କରିଦେଇଥିଲା ଝିଅ । ସେ ପର୍ଯ୍ୟନ୍ତ ଜଣାପଥିଲା ଯେ, ସୋସିଆଲ ମିଡିଆରେ ତାଙ୍କର ଗାଧୋଇବା ସମୟର ଭିଡିଓ ଲାଇଭ ହୋଇସାରିଛି ବୋଲି । ଗାଧୋଇ ଆସିବା ପରେ ମୋବାଇଲ ଚେକ୍‌ କରିବା ମାତ୍ରେ ଯାହା ଦେଖିଲି ତାଜୁବ ହୋଇଯାଇଥିଲି ।’

ସେ କହିବା କଥା ଯେ, ଗାଧୋଇ ଆସିବା ପରେ ମଧ୍ୟ ଇନଷ୍ଟାଗ୍ରାମରେ ଲାଇଭ ଚାଲିଥିଲା । ମୋବାଇଲର ଓ୍ବିଣ୍ଡୋ ଦେଖିବା ପରେ ସେ ଦେଖିଥିଲେ ଯେ ଇନଷ୍ଟାଗ୍ରାମରେ ଲାଇଭ ଚାଲିଛି । ଏହା ଦେଖି ସେ ହଡବଡେଇ ଯାଇଥିଲେ ଏବଂ ତୁରନ୍ତ ଲାଇଭ ବନ୍ଦ କରିଥିଲେ । ପରେ ନୋଟିଫିକେସନ ଦେଖି ଭିଡିଓଟିକୁ ମଧ୍ୟ ହଟାଇଥିଲେ । ଭିଡିଓଟି କେତେ ସମୟ ଯାଏଁ ଚାଲିଥିଲା ତାହା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.