ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କରୋନା ନେଲା ଦାଉଦ୍ ଇବ୍ରାହିମ ପୁତୁରାର ଜୀବନ, କରାଚୀରେ ଲୁଚିଥିଲା

26/12/2020 at 10:46 AM

ମୁମ୍ବାଇ,୨୬/୧୨: କରୋନାରେ ମୃତ୍ୟୁବରଣ କରିଛି ଡନ୍ ଦାଉଦ ଇବ୍ରାହିମର ପୁତୁରା । ପାକିସ୍ତାନରେ ଲୁଚିଥିବା ଭାରତର ମୋଷ୍ଟୱାଣ୍ଟେଡ ଗ୍ୟାଙ୍ଗଷ୍ଟର ତଥା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମ୍‌ର ପୁତୁରା ସିରାଜ କସକର(୩୮) କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସେ କରାଚୀ ସହରରେ ପ୍ରାଣ ହରାଇଛି ।

ସିରାଜ ହେଉଛି ଦାଉଦର ବଡ ଭାଇ ସବୀର କସକରର ପୁଅ । ସବୀର ପ୍ରଥମେ ମୁମ୍ବାଇରେ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗର ଲିଡର ଥିଲା । ପରେ କିନ୍ତୁ ବିରୋଧୀ ଗ୍ୟାଙ୍ଗର ଆକ୍ରମଣରେ ସେ ନିହତ ହୋଇଥିଲା । ଏହାପରେ ଦାଉଦ ସେଇ ଗ୍ୟାଙ୍ଗର ନେତୃତ୍ୱ ନେଇଥିଲା । ଏହା ପରେ ଉଭୟ ଦାଉଦ ଓ ସିରାଜ ପାକିସ୍ତାନ ପଳାଇଥିଲେ ।

ସୂଚନାଯୋଗ୍ୟ, ନିକଟରେ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହୀମର ମହାରାଷ୍ଟ୍ର ରତ୍ନଗିରିରେ ଥିବା ୩ଟି ସମ୍ପତ୍ତିକୁ ସରକାର ନିଲାମ କରିଦେଇଥିଲେ। ଏହି ସବୁ ସମ୍ପତ୍ତି ମୋଟ ୧ କୋଟି ୧୦ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। ତସ୍କରୀ ଓ ବିଦେଶୀମୁଦ୍ରା ହେରଫେର ଅଧିନିୟ ଆଇନ (ଫେମା) ବଳରେ ଏହି ସବୁ ସମ୍ପତ୍ତିର ନିଲାମ କରାଯାଇଥିଲା ।

   Related Posts