ପାକିସ୍ତାନରେ ଲୁଚି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି ଦାଉଦ୍, ବଡ଼ ନେତାଙ୍କ ସମେତ ଟାର୍ଗେଟରେ ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ବଡ଼ ସହର

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ ୮।୧୧: ଡି କମ୍ପାନୀ ଏବେ ତାର ଭାରତ ବିରୋଧୀ ଷଡ଼ଯନ୍ତ୍ରକୁ ସଫଳ କରିବା ପାଇଁ ଦଙ୍ଗାଲ ସେଲ (ରିୟଟ ସେଲ) ଗଢିଛି। କେବଳ ଏତିକି ନୁହେଁ ଏହି ଦଙ୍ଗାସେଲ ଟାର୍ଗେଟରେ ଦେଶର ବଡ଼ ରାଜନେତାଙ୍କ ସମେତ ଅନେକ ବଡ ସହର ମଧ୍ୟ ରହିଛି। ଦାଉଦର ଦଙ୍ଗା ସେଲ ଅର୍ଥ ଯାହାର କାମ କେବଳ ଓ କେବଳ ଦଙ୍ଗା କରିବା। ଡି କମ୍ପାନୀକୁ ନେଇ ପ୍ରଥମ ଥର ଏପରି ଗୁଇନ୍ଦା ସୂଚନା ଆସିଛି। ଦାଉଦ ଭାରତରେ କେବଳ ଦଙ୍ଗା କରିବା ପାଇଁ ଗୋଷ୍ଠୀ ତିଆରି କରିଛି।

ପାକିସ୍ତାନୀ ଗୁଇନ୍ଦା ଏଜେନ୍ସୀ ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସୀ (ଆଇଏସଆଇ) ସହିତ ମିଶି ଦାଉଦ ଇବ୍ରାହୀମ ପାକିସ୍ତାନରେ ଆତଙ୍କବାଦୀଙ୍କ ସହ ଦୀର୍ଘ ସମୟରୁ ଭାରତ ଉପରେ ଆକ୍ରମଣ ଲାଗି ଷଡ଼ଯନ୍ତ୍ର କରିଆସୁଛି। ତେବେ ସୁରକ୍ଷା ଏଜେନ୍ସୀଙ୍କ ସକ୍ରିୟତା ଯୋଗୁ ସେମାନଙ୍କ ଷଡ଼ଯନ୍ତ୍ର ବିଫଳ ହେଉଛି। ଏଥିପାଇଁ ଏବେ ଦଙ୍ଗା କରାଇ ଦେଶକୁ ଅଶାନ୍ତ କରିବାକୁ ଚେଷ୍ଟା କରୁଛି। ଏହି କ୍ରମରେ ଦାଉଦ ଓ ତାର ଦଙ୍ଗା ସେଲ ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇରେ ବଡ଼ ଧରଣର ଦଙ୍ଗା ଉସକାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।

ଦଙ୍ଗା ଆଢୁଆଳରେ ଦାଉଦ ଇବ୍ରାହୀମ ହିଟ୍ ଲିଷ୍ଟ ମଧ୍ୟ ଚୂଡ଼ାନ୍ତ କରି ରଖିଛି। ଯାହାକୁ ରୂପାୟନ କରିବା ଲାଗି ବିପୁଳ ପାଣ୍ଠି ମଧ୍ୟ ଦାଉଦ ଦେଉଛି। ଡି କମ୍ପାନୀ ବିରୋଧରେ ଏନଆଇଏ ଦାଖଲ କରିଥିବା ଚାର୍ଜସିଟ୍‌ରେ ଡି କମ୍ପାନୀ ଟାର୍ଗେଟ୍‌ରେ ଦେଶର କେତେକ ବଡ଼ ନେତା ଓ ବ୍ୟକ୍ତି ଥିବାର ମଧ୍ୟ ଏଥିରେ ସୂଚିତ କରାଯାଇଛି। ଏଥି ଲାଗି ଦାଉଦ୍ ଦଙ୍ଗା ସେଲକୁ ମୋଟା ରକମର ପାଣ୍ଠି ମଧ୍ୟ ଦେଇଥିଲା। ଏହି ଅର୍ଥ ହାୱଲା ମାଧ୍ୟମରେ ଆସିଥିଲା। ତେବେ ଦଙ୍ଗା ସେଲ ଯୋଜନା ଅନୁସାରେ କାମ କରିପାରି ନାହିଁ। ଏବେ ଦେଶରେ ଦାଉଦର ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଲିଡରଙ୍କ ଉପରେ ନଜର ରଖିଛି ଏନଆଇଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.