ବ୍ରହ୍ମପୁରରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଡଟମ୍ ଚିଟ୍‌ଫଣ୍ଡ୍ ଏମ୍.ଡି ଗିରଫ

Published By : Prameya-News7 Bureau | November 07, 2018 IST

ବ୍ରହ୍ମପୁର ୬/୧୧: ବ୍ରହ୍ମପରରେ ଦାତୁମ ଏମ୍.ଡି.ଙ୍କୁ ଗିରଫ କଲା ପୋଲିସ । ଏଥି ସହ ସଂସ୍ଥାର ନିର୍ଦେଶିକାଙ୍କୁ ମଧ୍ୟ ପୋଲିସ ଉଠାଇଛି । ଅଧିକ ସୁଧର ଲୋଭ ଦେଖାଇ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଛି ଦାତୁମ୍ କମ୍ପାନୀ ।  କମ୍ପାନୀ ବିରୋଧରେ ୨୦୧୬ ମସିହାରେ ଏକ ମାମଲା ରୁଜୁ ହୋଇଥିବା ବେଳେ , ଏହାର ତଦନ୍ତ ଜାରି ରହିଥିଲା । କମ୍ ଟଙ୍କା ଡିପୋଜିଟ୍ କରି କମ୍ ଦିନରେ ଅଧିକ ଟଙ୍କା ମିଳିବ। ମାନେ ଦିଗୁଣା ଅଧିକ ଟଙ୍କା ମିଳିବ। ଅର୍ଥ ଲୋଭରେ ପ୍ରଲୋଭିତ ହୋଇ ସାଧାରଣ ନୀରିହ ଜମାକାରୀମାନେ ଏଜେଣ୍ଟ୍‌ଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି ଡଟମ୍ ନାମକ ଏକ କଂପାନୀରେ। ଅବଧି ସରିବା ବହୁ ଦିନ ପରେ ମଧ୍ୟ ଜମାକାରୀମାନେ ନିଜ ଟଙ୍କା କଂପାନୀ ଠାରୁ ଫେରିପାଇପାରିଲେ ନାହିଁ। ଏ ନେଇ ଜମାକାରୀମାନେ ବହୁବାର କଂପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଟଙ୍କା ଫେରିପାଇବାକୁ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ପରେ କଂପାନୀରେ ତାଲା ପକାଇ କଂପାନୀ କର୍ତ୍ତୃପକ୍ଷ ଫେରାର୍ ହୋଇଯାଇଥିଲେ। ଜମାକାରୀଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ପୁଲିସ୍ ଡଟମ୍ କଂପାନୀ ଏମ୍.ଡି ବ୍ରଜ ମୋହନ ପଟ୍ଟନାୟକ ଓ ନିର୍ଦ୍ଦେଶିକା ତ୍ରିଧାରା ମହାନ୍ତିଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଘଟଣାର ଅଧିକ ତଦନ୍ତ କରିବାକୁ ୫ ଦିନିଆ ରିମାଣ୍ଡ୍‌ରେ ନେବା ପାଇଁ କୋର୍ଟରେ ପୁଲିସ୍ ଆବେଦନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେପଟେ ଜମାକାରୀମାନେ କଂପାନୀ କର୍ତ୍ତୃପକ୍ଷଙ୍କୁ ଗିରଫ କରିଥିବାରୁ ପୁଲିସ୍‌କୁ ଧନ୍ୟବାଦ ଜଣାଇଥିବା ବେଳେ ଟଙ୍କା ଫେରିପାଇବୁ କି ନାହିଁ ଆଶଙ୍କାରେ ଥିବା କହିଛନ୍ତି। ଗିରଫ ହେବା ପରେ ମୁହଁ ଖୋଲିଛନ୍ତି କଂପାନୀର ଏମ୍.ଡି ବ୍ରଜ ମୋହନ ପଟ୍ଟନାୟକ। କୌଣସି ଲୋକଙ୍କୁ ଠକି ନାହିଁ। କମ୍ ଦିନରେ ଅଧିକ ଅର୍ଥ ମିଳିବା ପ୍ରଲୋଭୋନ ଦେଖାଇନାହିଁ। ଗ୍ରସୋରୀ ଜିନିଷ ରିହାତିରେ ମିଳିବା ନେଇ ସ୍କିମ୍ କରିଥିଲି। ସେହି ସ୍କିମ୍ ଅନୁସାରେ ଗ୍ରାହକମାନେ ଗ୍ରୋସୋରୀ ଜିନିଷ ନେଉଥିଲେ। ଅଧିକ ଅର୍ଥର ପ୍ରଲୋଭନ ଦେଖାଇନାହିଁ। ଏସବୁ ମିଛ କଥା। ସେସବୁ ଏଜେଣ୍ଟ୍‌ମାନେ କରିଥିବେ। ଲୋକଙ୍କ ଜମା ଅର୍ଥ ରାଶି ଏଜେଣ୍ଟ୍ ମାନଙ୍କୁ ଦେଇଦେଇଛି ବୋଲି କହିଛନ୍ତି ଗିରଫ ହୋଇଥିବା କଂପାନୀର ଏମ୍.ଡି ବ୍ରଜମୋହନ ପଟ୍ଟନାୟକ କହିଛନ୍ତି। ଏହି କାରବାର ପଛରେ କାହାର ହାତ ଥିବା ଜଣାପଡିନଥିଲେ ମଧ୍ୟ ଉଦ୍‌ଘାଟନ ଉତ୍ସବ ସମୟରେ ତତ୍‌କାଳୀନ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ବର୍ତ୍ତମାନର ନବରଙ୍ଗପୁର ଜିଲ୍ଲାପାଳ ଅଜିତ୍ ମିଶ୍ରଙ୍କ ସମେତ ଅନେକ ଅଧିକାରୀ ଯୋଗ ଦେଇଥିବା ଫଟୋରୁ ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.