କ’ଣ ନୋରାଙ୍କୁ ଡେଟ୍ କରୁଛନ୍ତି ଆର୍ଯ୍ୟନ୍ ? ସାମ୍ନାକୁ ଆସିଲା ଫଟୋ…
4/01/2023 at 2:26 PM

ମୁମ୍ଵାଇ ୦୪।୦୧: ଷ୍ଟାର ହେବା ଏକ ସହଜ କାମ ନୁହେଁ । ପ୍ରତ୍ୟେକ ଛୋଟ ବଡ ଜିନିଷ ଏବଂ କାର୍ଯ୍ୟକଳାପ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳେ। ସେମାନଙ୍କର ବନ୍ଧୁତା କିମ୍ବା ଶତ୍ରୁତା ବହୁତ ଥାଆନ୍ତି। କଳାକାରମାନଙ୍କର ବୃତ୍ତିଗତ ଓ ବ୍ୟକ୍ତିଗତ କିଛି ନଥାଏ। ଏବେ ବିଟାଉନ୍ରେ ନୂଆ ନୂଆ ଯୋଡି ଦେଖିବାକୁ ମିଳିଛି। କାହାର ପ୍ୟାଚ୍ଅପ୍ ତ କାହାର ବ୍ରେକ୍ଅପ୍ । ଏହି ଖବର ଏକ ସାଧାରଣ ହୋଇଗଲାଣି। ନିକଟରେ ତାରା ସୂତରିଆ ଏବଂ ଆଦର ଜୈନଙ୍କ ବ୍ରେକଅପ୍ ଖବର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏବେ ଆର୍ଯ୍ୟନ୍ ଖାନ୍ ଏବଂ ନୋରା ଫତେହିଙ୍କ ସଂପର୍କକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଦୁହିଁଙ୍କୁ ଏକାଠି ଦେଖିବା ପରେ ଅନୁମାନ କରୁଛନ୍ତି ଯେ ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। ତେବେ, ଏହି ରିପୋର୍ଟଗୁଡିକରେ କେତେ ସତ୍ୟ ଅଛି? ଆସନ୍ତୁ ଜାଣିବା…
କହିବାକୁ ଗଲେ କିଛି ଫଟୋ ଇଣ୍ଟରନେଟ୍କୁ ଆସିବା ମାତ୍ରେ ନା ନା କଳ୍ପନା ଜଳ୍ପାନା ଆରମ୍ଭ ହୋଇଥିଲା। ବାସ୍ତବରେ କିଛି ସାଧାରଣ ଲୋକଙ୍କ ସହ ଆର୍ଯ୍ୟନ୍ ଏବଂ ନୋରାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏରେ ଆର୍ଯ୍ୟନ୍ ଦେଖାଯାଉଥିବାବେଳେ ନୋରା ଫତେହି ଅନ୍ୟ ଫଟୋରେ ଅଛନ୍ତି । କହିବାକୁ ଗଲେ ଉଭୟ ଫଟୋ ଗୋଟିଏ ସ୍ଥାନର । ବାସ୍ତବରେ, ଏହାକୁ ଦେଖିବା ପରେ ୟୁଜର୍ସମାନେ କହୁଛନ୍ତି ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ଏକାଠି ସମୟ ବିତାଉଛନ୍ତି ।
ତେବେ ଫଟୋ ଗୁଡ଼ିକରେ ନେଟେନିଜେନ୍ସର ଅନେକ ମଜାଳିଆ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କିଛି ୟୁଜର୍ସ ଅନନ୍ୟା ପାଣ୍ଡେଙ୍କ ବିଷୟରେ ଥଟ୍ଟା କରୁଥିବା ବେଳେ ଅନ୍ୟ କିଛି କହିଛନ୍ତି ଫଟୋରେ ଏକାଠି ରହିବା ଅର୍ଥ ନୁହେଁ ଦୁଇଜଣ ପରସ୍ପରକୁ ଡେଟ୍ କରିବା।’ ଏଥିରୁ ଏହା ସ୍ପଷ୍ଟ ଯେ ଏହି ଦୁଇ ତାରକାଙ୍କ ମଧ୍ୟରେ ଡେଟିଂ ଭଳି କିଛି ନାହିଁ। ଏହା କେବଳ ଏକ ପ୍ରକାରର ଗୁଜବ।