ଲୋକସଭାରେ ପାରିତ ହେଲା ଡାଟା ପ୍ରୋଟେକ୍ସନ୍ ବିଲ୍‌

Published By : Prameya-News7 Bureau | August 07, 2023 IST

ନୂଆଦିଲ୍ଲୀ, ୦୭/୦୮: ଲୋକସଭାରେ ପାରିତ ହେଲା ନୂଆ ଡିଜିଟାଲ ସୁରକ୍ଷା ନିୟମ । ଏହି ନିୟମ ଅନୁଯାୟୀ, ଗ୍ରାହକଙ୍କ ତଥ୍ୟର ଅପବ୍ୟବହାର କଲେ କିମ୍ବା ଡାଟାର ସୁରକ୍ଷା ନକରି ପାରିଲେ ସଂସ୍ଥାଙ୍କୁ ବଡ଼ ଆକାରରେ ଫାଇନ୍‌ ଲଗାଯିବ। ସୂଚନାଥାଉକି, ଏହା ପୂର୍ବରୁ ଗୁରୁବାର ଏହି ବିଲ୍‌ ଉପସ୍ଥାପିତ ହୋଇଥିଲା। ଆଉ ଆଜି ସୋମବାର, ମଣିପୁର ମାମଲାକୁ ନେଇ ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ସଂସଦରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ (DPDP) ବିଲ୍‌ ପାରିତ ହୋଇଛି। କେନ୍ଦ୍ର ଆଇଟି ମନ୍ତ୍ର ଅଶ୍ବିନୀ ବିଲ୍‌କୁ ବିଚାର ପାଇଁ ଉପସ୍ଥାପିତ କରିବା ସହ କହିଛନ୍ତି ଯେ, ବିରୋଧୀ ସଦସ୍ୟ ନାରା ଲଗାଉଛନ୍ତି କାରଣ ସେମାନଙ୍କୁ ଜନ କଲ୍ୟାଣ ସହ ସମ୍ପର୍କିତ ପ୍ରସଙ୍ଗରେ ଚିନ୍ତା ନାହିଁ।

ବିଲ୍‌ରେ ରହିଛି ଏଭଳି:

ଏହି ବିଲ୍‌ ଅନୁଯାୟୀ, ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କିମ୍ବା ଡାଟାକୁ ସୁରକ୍ଷା କରୁନଥିବା ସଂସ୍ଥାକୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ ଗଣିବାକୁ ହେବ। ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍‌ ୨୦୨୩ ଅନୁଯାୟୀ, ଯଦି କୌଣସି ସଂସ୍ଥା ଏଭଳି କରୁଥିବେ ତେବେ ତାଙ୍କୁ ୨୫୦ କୋଟିର ଜରିମାନା ଲଗାଯିବ। ଏହି ବିଲ୍‌ରେ ଭାରତୀୟ ଡାଟା ସଂରକ୍ଷଣ ବୋର୍ଡ ଗଠନ ନେଇ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଡିଜିଟାଲ ଡାଟା ସୁରକ୍ଷା ନିୟମ: ଉଲ୍ଲଘଂନ କଲେ ଗଣିବେ ୨୫୦ କୋଟିର ଜରିମାନା

ଯଦି ବୋର୍ଡ ତଦନ୍ତ ପରେ ଜାଣିବାକୁ ପାଉଛି ଯେ ସଂସ୍ଥା ନିୟମର ଉଲ୍ଲଘଂନ କରିଛି ଏବଂ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା କରିବାରେ ବିଫଳ ହୋଇଛି ତେବେ ତାଙ୍କ ଉପରେ ଜରିମାନା ଲଗାଯିବ। ତେବେ ସର୍ବାଧିକ ୨୫୦ କୋଟି ଏବଂ ସର୍ବନିମ୍ନ ୫୦ କୋଟିର ଜରିମାନା ଲଗାଯିବ। ତେବେ ଏହି ନିୟମ ଅନୁଯାୟୀ, ଯଦି ଭଲ ଉଦ୍ଦେଶ୍ୟ ପାଇଁ କରାଯାଇଥିବା କୌଣସି କାମ ପାଇଁ କେନ୍ଦ୍ର ସରକାର, ବୋର୍ଡ, ଏହାର ଅଧ୍ୟକ୍ଷ ଏବଂ କୌଣସି ସଦସ୍ୟ, ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ କୌଣସି ମକଦ୍ଦମା, କିମ୍ବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.