‘ଦସରା’ର ଟିଜର ଦେଖି ଭୁଲି ଯିବେ ପୁଷ୍ପା, ଏସ୍.ଏସ୍ ରାଜାମୌଲି ଖୁବ୍ କଲେ ପ୍ରଶଂସା
5/02/2023 at 1:49 PM

ମୁମ୍ଵାଇ ୦୫।୦୨: ବକ୍ସ ଅଫିସରେ ପୁଣି ନିଆଁ ଲଗାଇବାକୁ ପ୍ରସ୍ତୁତ ଆଉ ଏକ ସାଉଥ୍ ଫିଲ୍ମ। ଯାହାର ଟିଜର ରିଲିଜ ହୋଇସାରିଛି। ଏହି ଫିଲ୍ମରେ ଫ୍ୟାନ୍ସଙ୍କ ମନ ଜିତିଥିବା ନାନୀ ଲିଡ୍ ରୋଲରେ ନଜର ଆସିଛନ୍ତି। ନାନୀଙ୍କର ଏହି ଆଗାମୀ ଫିଲ୍ମର ଟିଜର ଗତକାଲି ରିଲିଜ ହୋଇଯାଇଛି। ଫିଲ୍ମର ନାଁ ହେଉଛି ‘ଦସରା’ । ଯାହା ଚଳିତ ବର୍ଷ ମାର୍ଚ୍ଚ ମାସରେ ରିଲିଜ ହେବାକୁ ଯାଉଥିବା ନେଇ ଏହି ଫିଲ୍ମର ଟିଜରରେ ସୂଚନା ଦିଆଯାଇଛି।
ଏହି ଆକ୍ସନ୍ ଡ୍ରାମା ଫିଲ୍ମ ‘ଦସରା’ର ଟିଜରରେ ନାନୀଙ୍କ ଷ୍ଟାଇଲ୍, ଲୁକ୍ ଏବଂ ତାଙ୍କ ଅଭିନୟ ଦେଖି ଲୋକଙ୍କ ହୋସ୍ ଉଡିଯାଇଛି। ତେବେ ଏହି ଟିଜର ଆସିବା ପରେ ଏବେ ଟ୍ରେଲରକୁ ଦେଖି ଖୁବ ଉତ୍ସାହିତ ଅଛନ୍ତି। ସୂଚନା ଥାଉକି, ‘ପୁଷ୍ପା’, ‘ଆରଆରଆର’, ‘କେଜିଏଫ-୨’ ଭଳି ବ୍ଳକ୍ ବଷ୍ଟର ଫିଲ୍ମକୁ ଦର୍ଶକମାନେ ଭୁଲି ନାହାନ୍ତି। ଏବେ ଆଉ ଏକ ଫିଲ୍ମ ଆସୁଛି। ଯାହା ବକ୍ସ ଅଫିସରେ ପୁଣି ହଇଚଇ କରିବ।
ତେବେ ୨୦୦୮ରେ ତେଲୁଗୁ ଚଳଚ୍ଚିତ୍ର ‘ଅଷ୍ଟା ଚମ୍ମା’ ସହିତ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିବା ନାନୀ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଅନେକ ଚ୍ୟାଲେଞ୍ଜିଂ ଭୂମିକାରେ ଅଭିନୟ କରିସାରିଛନ୍ତି। ବଡ ପରଦାରେ ରୋମାନ୍ସ ହେଉ କି କମେଡି ହେଉ ସବୁ ଚରିତ୍ରରେ ଅଭିନୟ କରିଛନ୍ତି। ସେଥିପାଇଁ ପ୍ରଶଂସକମାନେ ତାଙ୍କୁ ନ୍ୟାଚୁରାଲ ଷ୍ଟାରର ଟ୍ୟାଗ୍ ଦେଇଛନ୍ତି। ତେବେ ଏହି ‘ଦସରା’ ଫିଲ୍ମର କାହାଣୀ, ଆକ୍ସନ, ନନିଙ୍କ ଡାଏଲଗ ଓ ଅଭିନୟ ତାଙ୍କୁ ପ୍ୟାନ ଇଣ୍ଡିଆ ଷ୍ଟାର କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।