ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବିବାଦୀୟ ହେବାରେ ଲାଗିଛି ଦାରୁ ଫିକ୍ସଂ: ଦାରୁ ସନ୍ଧାନରେ ନିୟୋଜିତ ଦଇତାପତିମାନେ କାହିଁକି ବିଳମ୍ବିତ ରାତିରେ କାରରେ ବୁଲି ଫେରୁଥିଲେ ବୋଲି ଉଠିଛି ପ୍ରଶ୍ନ

18/11/2018 at 6:29 PM

ପୁରୀ ୧୮/୧୧ : ଦିନକୁ ଦିନ ତେଜିବାରେ ଲାଗିଛି ବ୍ରହ୍ମ ବିଭ୍ରାଟ । ଫିକ୍ସିଂ କରି ପୋଲା ଦାରୁ ଚୟନ ନେଇ ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣାଙ୍କ ଅଭିଯୋଗ ପରେ ଏବେ ପୁଣି ନିଆଁରେ ଘିଅ ଢାଳିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର । ବ୍ରହ୍ମ ବିଭ୍ରାଟ ନେଇ ଶ୍ରୀମନ୍ଦିର ପ୍ରଶାସନଠାରୁ ନୋଟିସ ପାଇବା ପରେ, ଏମିତି କିଛି ବୟାନ ଦେଇ ବିବାଦକୁ ତାଜା କରିଛନ୍ତି ପ୍ରେମାନନ୍ଦ ।

ବିବାଦୀୟ ହେବାରେ ଲାଗିଛି ଦାରୁ ଫିକ୍ସଂ । ଜଣକ ପରେ ଜଣେ ସେବାୟତ ଦାରୁ ଫିକ୍ସିଂ ନେଇ ମୁହଁ ଖୋଲିଲେଣି । ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣାଙ୍କ ପରେ ଏବେ ନୂଆ ଖୁଲ୍ଲାସା କରିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର । ଦାରୁ ଖୋଜା ଏବଂ ବ୍ରହ୍ମ ପରିବର୍ତ୍ତନରେ ନିୟୋଜିତ ଦଇତାପତି ମାନଙ୍କ ଆଡକୁ ସିଧା ସିଧା ଅଙ୍ଗୁଳି ଉଠାଇଛନ୍ତି ପ୍ରେମାନନ୍ଦ । ସୁଭଦ୍ରାଙ୍କ ଦାରୁ ପୋଲା ଥିବା ସ୍ବୀକାର କରିଛନ୍ତି । ଦାରୁ ଖୋଜାରେ ପରମ୍ପରା ଭଙ୍ଗ ସହ ଫିକ୍ସି ଚର୍ଚ୍ଚାକୁ ଅଧିକ ଚେଙ୍କିଛନ୍ତି । ରାତିରେ ଦାରୁ ଖୋଜିବା ପରମ୍ପରା ନଥିବା ବେଳେ ଦାରୁ ସନ୍ଧାନରେ ନିୟୋଜିତ ଦଇତାପତିମାନେ କାହିଁକି ବିଳମ୍ବିତ ରାତିରେ କାରରେ ବୁଲି ଫେରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ଏହାସହ ଅଣସର ପିଣ୍ଡିରେ ଦୁଇ ସେବାୟତଙ୍କ କଳିରୁ ବ୍ରହ୍ମ ବଦଳରେ ଡେରି ହୋଇଥିବା କହିଛନ୍ତି ପ୍ରେମାନନ୍ଦ ଦାସ ମହାପାତ୍ର ।

ଜଣକ ପରେ ଜଣେ ସେବାୟତ ମୁହଁ ଖୋଲୁଥିବା ବେଳେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସିଧା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦାରୁ ଫିକ୍ସିଂ ଆଜିର ଘଟଣା ନୁହେଁ ବହୁ ଦିନରୁ ଅଭିଯୋଗ ହୋଇଆସୁଛି । ହେଲେ ସରକାର  ଉଭୟ ମଣିଷ ଜଗନ୍ନାଥଙ୍କ ପାଇଁ ନିଦା ବିଷ୍ଣୁ ପାଲଟିଥିବା କହିଛନ୍ତି ନିରଞ୍ଜନ ସେପଟେ ତଦନ୍ତର କଥା କହି ବିଜେଡି, ଭଲ-ମନ୍ଦ ଶିଖାଇବାକୁ ଚଷ୍ଟା କରିଛି ।

ଶ୍ରୀମନ୍ଦିର ଆଇନ-୧୯୫୫ର ଧାରା ୨୧ (ଖ) ଅନୁଯାୟୀ ୧୧ଜଣ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । ୧୫ ଦିନ ମଧ୍ୟରେ ନୋଟିସ୍ ର ଉତ୍ତର ଦେବାକୁ କୁହାଯାଇଛି । ଦଇତାଙ୍କ ମଧ୍ୟରେ ଅଛନ୍ତି ନିଯୋଗର ସଭାପତି, ସମ୍ପାଦକଙ୍କ ସହ ୨ ବାଡ଼ଗ୍ରାହୀ, ପତିମହାପାତ୍ର ଓ ଅନ୍ୟ କିଛି ଯୁବ ସେବାୟତ । ପୁରୀରୁ ଚିତ୍ତରଞ୍ଜନ ମହାନ୍ତି, କରଞ୍ଜିଆରୁ ଲଲାଟେନ୍ଦୁ ପାତ୍ର ଏବଂ ଭୁବନେଶ୍ବରରୁ ଲକ୍ଷ୍ମୀଧର ମହାପାତ୍ର, ନ୍ୟୁଜ୍ ସେଭେନ୍ ।

   Related Posts