Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ରାଧାକୃଷ୍ଣଙ୍କ ମିଳନରେ ଉତ୍ସବମୁଖର ଦର୍ପଣ ତହସିଲ, ୭୦ବର୍ଷରୁ ଉର୍ଦ୍ଧ୍ବ ହେବ ଅନୁଷ୍ଠିତ ହେଉଛି ମେଳଣ

6/03/2023 at 2:43 PM

ଚଣ୍ଡିଖୋଲ ୬।୩: ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । ବ୍ରିଟିଶ ଅମଳରୁ ପ୍ରାୟ ୭୦ବର୍ଷରୁ ଉର୍ଦ୍ଧ୍ବ ହେବ ମେଳଣ ଅନୁଷ୍ଠିତ ହୋଇଆସୁଛି । ରାଧାକୃଷ୍ଣଙ୍କ ମିଳନରେ ଉତ୍ସବ ମୁଖର ହୋଇଛି ସାରା ପରିବେଶ । ଦର୍ପଣ ତହସିଲ ପକ୍ଷରୁ ଏହି ମେଳଣ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ସ୍ଥାନରୁ ୧୨ଟି ଦୋଳ ବିମାନ ବାଜା ସଙ୍କୀର୍ତ୍ତନ ସହ ରୋଷଣୀ, ପାରମ୍ପରିକ ନୃତ୍ୟ କରି ମେଳଣ ପଡିଆରେ ଦୋଳ ବିମାନ ପହଞ୍ଚିଥିଲେ ।

ତହସିଲ ପ୍ରଶାସନ ପକ୍ଷରୁ ଦୋଳ ବିମାନକୁ ସ୍ୱାଗତ କରିବା ସହ ରାଧାକୃଷ୍ଣଙ୍କ ନିକଟରେ ଅଭିର ଅର୍ପଣ କରାଯାଇଥାଏ । ପରେ ଭୋଗପସରା ପ୍ରଦାନ କରାଯାଇଥିଲା । ଏହି ମେଳଣରେ ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଭାଇଚାରା ଦେଖିବାକୁ ମିଳିଥାଏ । ମେଳଣକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଧାନମଣ୍ଡଳ ବଜାର କମିଟି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

   Related Posts