oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଏବେ ଆଖିତଳ କଳାଦାଗରୁ ଶୀଘ୍ର ମିଳିବ ମୁକ୍ତି : ଜାଣନ୍ତୁ କିପରି

21/11/2018 at 5:18 PM

ଭୁବନେଶ୍ବର ୨୧/୧୧: ଆଖି ଚାରିପଟେ କଳାଦାଗ ସମସ୍ୟା ମହିଳାଙ୍କ ଏକ ମୁଖ୍ୟ ସମସ୍ୟା। ନିଦ ପୂରା ନ ହେବା, ମାନସିକ ଚିନ୍ତା, ବେଶୀ ସମୟ ଖରାରେ ବିତାଇବା, ଆଖିକୁ ହାଲିଆ ଲାଗୁଥିବା ଭଳି କାମ କରିବା, ଖାଦ୍ୟପେୟରେ ପୋଷକର ଅଭାବ ଯୋଗୁଁ ଆଖି ତଳେ କଳା ଦାଗ ହୋଇଥାଏ। ସାଇନୋସାଇଟିସ୍ (ବନ୍ଦ ନାକ ସମସ୍ୟା,ଆଲର୍ଜୀ ଏବଂ ଶ୍ବାସ ରୋଗରେ ପୀଡ଼ିତ ଥିଲେ ଆଖିତଳେ କଳା ଦାଗ ହୋଇଥାଏ।

ଏହା ବ୍ୟତୀତ ଡେଲିଭରି ପରେ ମହିଳାମାନଙ୍କର ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ବଂଶଗତ କାରଣ ଯୋଗୁଁ ମଧ୍ୟ ଏପରି ହୋଇଥାଏ। କେତେକ ମହିଳାଙ୍କ ଆଖି କୋଟରଗତ ହୋଇ ରହିଥାଏ। ଏହିଭଳି ପରିସ୍ଥିତିରେ ଯଦି ସାମାନ୍ୟ କଳାଦାଗ ବି ହୋଇଥାଏ ତାହା ସ୍ପଷ୍ଟ ରୂପେ ଦେଖାଯାଏ। ଆଖିର ଆଖପାଖ ସ୍ଥାନ କୋମଳ ଏବଂ ସ୍ବଚ୍ଛ ହୋଇଥାଏ। ଏଥିପାଇଁ ପ୍ରଦୂଷଣ ଏବଂ ଖରା ସଂସ୍ପର୍ଶରେ ଆସିବାଦ୍ବାରା ଆଖି ତଳେ ସବୁଠୁ ପ୍ରଥମେ ରଙ୍ଗ ପରିବର୍ତ୍ତନ ହୋଇ କଳା ପଡ଼ିଥାଏ।

କ’ଣ କଲେ ଦୂର ହୋଇଥାଏ?

-ପ୍ରତିଦିନ ଅତି କମରେ ଆଠ ଘଣ୍ଟା ବିଶ୍ରାମ କରନ୍ତୁ।

-ଦିନରେ ଘରୁ ବାହାରିବା ବେଳେ ସନଗ୍ଲାସ୍ ପିନ୍ଧିବାକୁ ଭୁଲନ୍ତୁ ନାହିଁ।

-ଯଦି ଆଖି ଚାରିପଟେ କଳାଦାଗ ଦେଖାଯାଏ ତେବେ କଞ୍ଚାଆଳୁ ଏବଂ କାକୁଡ଼ିକୁ ଲଗାନ୍ତୁ।

-ଦିନକୁ ଅତି କମରେ ଦୁଇ ତିନିଥର ତ୍ବଚାରେ ମଇଶ୍ଚରାଇଜର ଲଗାନ୍ତୁ। ଭିଟାମିନ୍ ସି, କେ ଏବଂ ଇ ଯୁକ୍ତ ନାଇଟ୍ କ୍ରିମ୍ ବଜାରରେ ମିଳୁଛି ଯାହାକୁ ନିୟମିତ ଲଗାଇଲେ କଳାଦାଗ ଦୂର ହୋଇଥାଏ।

-ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାର ଅଣ୍ଡର ଆଇ ଜେଲ୍ ଏବଂ କ୍ରିମ୍ ମିଳୁଛି ଯାହାକୁ ଆମେ କଳାଦାଗ ଦୂର କରିବା ପାଇଁ ପ୍ରୟୋଗ କରି ପାରିବା।

-ଦିନକୁ ଅତି କମରେ  ଆଠରୁ ଦଶ ଗ୍ଲାସ୍ ପାଣି ପିଅନ୍ତୁ।

-ନିଜ ଖାଦ୍ୟରେ ଫଳ, ବିଭିନ୍ନ ପ୍ରକାର ଫଳ ରସ, ଲସି ଏବଂ ଲେମ୍ବୁ ପାଣି ର ମାତ୍ରା ବଢ଼ାନ୍ତୁ।

-ଚିନ୍ତାମୁକ୍ତ ରୁହନ୍ତୁ।

-ଡାଇଟିଙ୍ଗରୁ ଦୂରେଇ ରହନ୍ତୁ ।  କାରଣ ହଠାତ୍ ଓଜନ କମ୍ ହୋଇଗଲେ ତ୍ବଚା ଢିଲା ହୋଇଯାଇଥାଏ। ଏବଂ ଆଖିର ଆଖପାଖରେ ଚର୍ମ କୁଞ୍ଚନ ହୋଇଥାଏ।

-ଯଦି ସମସ୍ୟା ଅଧିକ ବଢ଼ିଯାଏ ବ୍ଲେଫରୋପ୍ଲାଷ୍ଟି ନାମକ ପ୍ଲାଷ୍ଟିକ୍ ସର୍ଜରୀ କରାଯାଏ।

-କିନ୍ତୁ ଏହା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

   Related Posts