ଦାରିଙ୍ଗବାଡ଼ି ତହସିଲ୍ରେ ଚିଟଫଣ୍ଡ ଜମାକାରୀଙ୍କ କାଗଜ ପତ୍ର ଯାଞ୍ଚ, ଟଙ୍କା ଫେରିପାଇବା ନେଇ ଦ୍ୱନ୍ଦ
23/08/2022 at 9:20 PM

ଫୁଲବାଣୀ, ୨୩/୦୮: ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀ ଚିଟଫଣ୍ଡରେ ନିଜର କଷ୍ଟ ଅର୍ଜିତ ଟଙ୍କା ବାନ୍ଧି ଶେଷରେ ଫେରି ନପାଇ ହତାଶ ହୋଇ ରହିଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗ୍ବାଡ଼ି ତହସିଲ କାର୍ଯ୍ୟାଳୟରେ ଏବେ ପୁଣି ଚିଟଫଣ୍ଡ୍ ଜମାକାରୀମାନଙ୍କ କାଗଜ ପତ୍ର ଯାଞ୍ଚ ଆରମ୍ଭ ହୋଇଛି l କ୍ଷତି ଗ୍ରସ୍ତ ଜମାକାରୀ ମାନେ ସେମାନଙ୍କ କାଗଜପତ୍ର ଯାଞ୍ଚ କରିବାକୁ ବହୁ ସଂଖ୍ୟାରେ ଆସି ଜମାହୋଇଥିବା ଦେଖିବାକୁ ମଳିଛି l ଏଥି ପୂର୍ବରୁ ମଧ୍ୟ ଏହି ତହସିଲ କାର୍ଯ୍ୟାଳୟରେ ଜମାକାରୀ ମାନଙ୍କ କାଗଜ ପତ୍ର କୁଆଡେ ଯାଞ୍ଚ କରାଯାଇଥିଲା l
ସୂଚନା ଯୋଗ୍ୟ ଯେ, ଗୋଲଡ଼େନ ଲ୍ୟାଣ୍ଡ ନାମକ ଏକ ଜମାକlରୀ ସଂସ୍ଥା ଲୋକଙ୍କୁ ଅଧିକା ସୁଧର ଲୋଭ ଦେଖାଇ ଟଙ୍କା ନେଇଯାଇଥିଲା । କିନ୍ତୁ କାହାକୁ ଟଙ୍କା ଫେରାଇନଥିଲା l ପରେ ଏହି ସଂସ୍ଥା ବନ୍ଦ ମଧ୍ୟ ହୋଇଯାଇଥିଲା l ଲୋକେ ଆଉ ସେମାନଙ୍କ ଟଙ୍କା ଫେରିପାଇନଥିଲେ l ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିନଥିଲା l ତେବେ ବର୍ତ୍ତମାନ ତହସିଲଦାର ପୁଣି କାଗଜ ପତ୍ର ଯାଞ୍ଚ ଆରମ୍ଭ କରିବା ଫଳରେ କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ମୁଳ ଜମା ଟଙ୍କା ଅନ୍ତତଃ ଫେରି ପାଇବେ ବୋଲି ଆଶାବାଦୀ ଥିବା କହିଛନ୍ତି l ହେଲେ କ୍ଷତିଗ୍ରସ୍ତ ଜମାକାରୀମାନେ କେବେ ସେମାନଙ୍କ ଟଙ୍କା ଫେରିପାଇବେ ତାକୁ ହିଁ ଅପେକ୍ଷା l