କାମରେ ଆସୁନି ସୋଲାର ବୋରୱେଲ ପ୍ରକଳ୍ପ ପାନୀୟ ଜଳ, ଚିନ୍ତାରେ ଗ୍ରାମବାସୀ

Published By : Prameya-News7 Bureau | December 28, 2022 IST

ଦାରିଙ୍ଗବାଡି ୨୮/୧୨ : ଗ୍ରାମାଞ୍ଚଳରେ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ଏବଂ କେନ୍ଦ୍ର ସରକାର । ସରକାରଙ୍କ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । କିନ୍ତୁ ଯେଉଁ ଉପାନ୍ତ ଅଞ୍ଚଳର ବିକାଶ ପାଇଁ ଦିଆ ଯାଉଛି ଜୋର ସେଠି ପ୍ରଶାସନିକ ଅବହେଳା ଏ ମାଟିର ମଣିଷକୁ ପିଇବା ପାଇଁ ପାନୀୟ ଜଳ ମିଳୁନାହିଁ ।

{"id":726524,"sizeSlug":"full","linkDestination":"none"}

 ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି ସତ । ହେଲେ ରକ୍ଷଣା ବେକ୍ଷଣ ଅଭାବ ସାଙ୍ଗକୁ ପ୍ରଶାସନର ଆନ୍ତରିକତା ଅଭାବରୁ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଲୋକଙ୍କୁ ବୁନ୍ଦାଏ ପାଣି ମିଳୁନି। ଏହା ଦେଖିବକୁ ମିଳିଛି କନ୍ଧମାଳ ଜିଲ୍ଲା ଗୁମିକିଆ ପଞ୍ଚାୟତ ୧୧ ନମ୍ବର ୱ।ଡ଼ ପାଟାମାହା ଏବଂ ରାଣୀପଦର  ଗ୍ରାମରେ ପାଟାମାହା ଗ୍ରାମରେ। ସେଠାରେ   ୧୦୦ ପରିବାରରୁ ଅଧିକ ପରିବାର ରହୁ ଥିବାବେଳେ ରାଣୀପଦରରେ  ୫୦ରୁ  ଅଧିକ ପରିବାର ରହୁଛନ୍ତି।  ସେମାନଙ୍କ ପାଇଁ ଗ୍ରାମରେ ପିଇବା ପାଣି ପାଇଁ ସୋଲାର ପାଣି ଟାଙ୍କି ନିର୍ମାଣ ହୋଇଛି। ହେଲେ ଆଜକୁ ଛଅ ମାସ ହେବ ପାଟାମାହା ଷ୍ଟାଣ୍ଡ ପୋଷ୍ଟରେ ଆବଶ୍ୟକ ମୁତାବାକ ପାଣି ଆସୁନାହିଁ ।

{"id":726525,"sizeSlug":"full","linkDestination":"none"}

ସେହିଭଳି ରାଣୀପଦର ଗ୍ରାମରେ ନିର୍ମାଣ ହେବା ଦିନଠାରୁ ଦିନକ ପାଇଁ ପାଣି ଆସୁନଥିବା ଅଭିଯୋଗ ହେଉଛି। ପିଇବା ପାଣି ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଟାଙ୍କି ପ୍ରତିଷ୍ଠା ହେବା ଦିନରୁ ମଝିରେ ମଝିରେ ଏମିତି ଦୀର୍ଘ ଦିନ ଯାଏ ପାଣି ଆସୁ ନ ଥିବାରୁ ଲୋକେ ଚୁଆ ପାଣି ପିଉଥିବା ଗାଁର ନାଏବ ସରପଞ୍ଚ କାଦିତା ପ୍ରଧାନ ଅଭିଯୋଗ କରିଛନ୍ତି।  ଏଠି କଥା ଉଠୁଛି ଯେଉଁ ସରକାରୀ ବାବୁ ଯେଉଁ ଠିକାଦାରକୁ ଦାୟିତ୍ୱ ଦେଇଥିଲେ ଏହି ପ୍ରକଳ୍ପ ନିର୍ମାଣ କରିବା ପାଇଁ ହେଲେ ସେ ସରକାରୀ ବାବୁ ଏବଂ ଠିକାଦାର ସଠିକ କାମ ନକରି ପ୍ରକଳ୍ପ ନାଁରେ ଟଙ୍କାକୁ ହରିଲୁଟ କରିଥିବା ଅଭିଯୋଗ କରିଛନ୍ତି। ସେପଟେ ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେ ସୁଧା ଆଜି ପର୍ଯ୍ୟନ୍ତ କଯ୍ୟକାରୀ ହେଉନାହିଁ। ଯାହାର ତୁରନ୍ତ ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ, ବ୍ଲକରେ ଅଭିଯୋଗ କଲା ପରେ ବି କୌଣସି ସୁଫଳ ମିଳି ନଥିବା ଜଣାପଡିଛି । ଏନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ପଚାରିବାରୁ ସେ ଏହି ପ୍ରକଳ୍ପ ଉପରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି। ସେପଟେ ଗ୍ରାମରେ ତୁରନ୍ତ ପାନୀୟଜଳ ପ୍ରକଳ୍ପ କୁ କାଯ୍ୟକ୍ଷମ କରା ନଗଲେ ଆଗାମୀ ଦିନରେ ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.