ଶୀତରେ ଥରୁଛି ଦାରିଙ୍ଗବାଡି: କମୁଛି ପାରଦ, ଜମୁଛି ପର୍ଯ୍ୟଟକଙ୍କ ଭିଡ

Published By : Prameya-News7 Bureau | December 01, 2021 IST

ଦାରିଙ୍ଗବାଡି ୦୧/୧୨: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଦିନକୁ ଦିନ ପାରଦ ହ୍ରାସ ପାଇବାକୁ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ଗ୍ରାମାଞ୍ଚଳରେ ଗୁଡିକରେ ଶୀତବସ୍ତ୍ର ସାଙ୍ଗକୁ ନିଆଁର ସାହାରା ନେଉଛନ୍ତି ସ୍ଥାନୀୟବାସିନ୍ଦା । ଖାସ୍ କରି ଲୋକେ ମର୍ଣ୍ଣିଂଓ୍ୱାକ ସହ ପାର୍କରେ ଏକ୍ସସାଇଜ କରୁଥିବା ନଜର ଆସୁଛନ୍ତି ।

wp:html /wp:html

ସେହିଭଳି ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡିର ଚାଦର ଘୋଡାଇ ହୋଇ ରହୁଛି । ଏପଟେ ଶୀତର ମଜାନେବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି ଦାରିଙ୍ଗବାଡିର ତାପମାତ୍ରା ୮ଡିଗ୍ରୀ ରହିଥିବା ବେଳେ ଲୋକେ ପ୍ରବଳ ଶୀତ ଅନୁଭବ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.