ଜନ୍ମ ଦେଇଥିବା ଶିଶୁର ମୃତ୍ୟୁ ପରେ ଜୀବନ ସହ ସଂଗ୍ରାମ କରୁଛି ଅଷ୍ଟମ ଶ୍ରେଣୀ ଛାତ୍ରୀ : ଏପଟେ ହୁଲୁସ୍ତୁଲୁ ରାଜନୀତି, ପଢନ୍ତୁ ପୂରା କାହାଣୀ

Published By : Prameya-News7 Bureau | January 14, 2019 IST

ଭୁବନେଶ୍ବର ୧୪|୧: କନ୍ଧମାଳ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଥିବା ଶିଶୁର ମୃତ୍ୟୁ। ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ନବଜାତକ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ନାବାଳିକା ମା ର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଘଟଣାରେ ୪ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ମାଟ୍ରନ୍‌. ଏଏନ୍‌ଏମ୍‌, ରୋଷେୟାଙ୍କ ସମେତ ୬ଜଣଙ୍କୁ ବହିଷ୍କାର କରାଯାଇଛି, ୧୪ ଜଣଙ୍କୁ ବଦଳି କରାଯାଇଛି। ନାବାଳିକା ସହ ସଂପର୍କ ଅଭିଯୋଗରେ ସ୍ଥାନୀୟ କଲେଜର ଜଣେ ଯୁକ୍ତ ୩ ଛାତ୍ରକୁ ଗିରଫ କରାଯାଇଛି। ହେଲେ ଏଥିରେ ସନ୍ତୁଷ୍ଟ ନାହାନ୍ତି ବିରୋଧୀ। ସରକାରଙ୍କୁ ଘେରିବା ସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

{"id":73931}

ନବଜାତକ ଶିଶୁ କନ୍ୟାର ମୃତ୍ୟୁ। ଦୁନିଆ ଦେଖିବା ଆଗରୁ ଏମ୍‌କେସିଜି ହସ୍ପିଟାଲରେ ତାର ମୃତ୍ୟୁ ହୋଇଛି। ସେପଟେ ନାବାଳିକା ମାଆର ଅବସ୍ଥା ଗୁରୁତର ଥିବାରୁ ତାକୁ ବଞ୍ଚାଇବାକୁ ଜାରି ରହିଛି ଉଦ୍ୟମ। କନ୍ଧମାଳ ଗ୍ରୀନବାଡ଼ି ଆବାସିକ ବିଦ୍ୟାଳୟରେ ଛାତ୍ରୀ ମା' ହେବା ଘଟଣାରେ କାଲି ଉଠିଥିଲା ପଡିଥିଲା ସାରା ରାଜ୍ୟ। ସରକାରଙ୍କ ଅପାରଗତାକୁ ନେଇ ଗର୍ଜିଥିଲେ ବିରୋଧୀ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

{"id":73932}

ସରକାର ତରବରିଆ ଭାବେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କ ସମେତ ୪ଜଣଙ୍କୁ ନିଲମ୍ବନ କରିଛନ୍ତି। ମାଟ୍ରନ, ଏଏନଏମ, ରୋଷେୟାଙ୍କ ସମେତ ୬ଜଣଙ୍କୁ ବହିଷ୍କାର କରାଯାଇଛି। ଏଥିସହ ୧୪ ଜଣଙ୍କୁ ବଦଳି କରାଯାଇଥିବା କହିଛନ୍ତି ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ।ଏଭଳି ଘଟଣାର ଯେପରି ପୁନାରବୃତ୍ତି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି। ଏଥିପାଇଁ ରାଜ୍ୟର ୧ ହଜାର ଆଦିବାସୀ ବିଦ୍ୟାଳୟରେ ସିସିଟିଭି ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

{"id":73933}

ଏଠି ପ୍ରଶ୍ନ ଉଠୁଛି କେବଳ ନିଲମ୍ବନ, ବଦଳି ଓ ବହିଷ୍କାର କରି ଦେଲେ କଣ ସବୁ ସମସ୍ୟାର ସମାଧାନ ହୋଇଯିବ କି ?  ନବଜାତକର ମୃତ୍ୟୁ ପାଇଁ ଦାୟୀ କିଏ ରହିବ ?  ନାବାଳିକାର ଜୀବନ ସହ ଖେଳ ଖେଳିଥିବା ଦୋଷୀଙ୍କ ପାଇଁ କି ଦଣ୍ଡ ବିଧାନ ହେବ ? ଆବାସିକ ବିଦ୍ୟାଳୟ ଗୁଡିକରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି କାହିଁକି ଚୁପ୍‌ବସିଥିଲେ ସରକାର। ସେପେଟ ଘଟଣାକୁ ନେଇ ବିରୋଧୀ କିନ୍ତୁ ସନ୍ତୁଷ୍ଟ ନୁହନ୍ତି ।ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ଓ ବିଜେପି। ମୁଖ୍ୟମନ୍ତ୍ରୀ ଘଟଣାର ନୈତିକ ଦାୟିତ୍ବ ନିଜ ମୁଣ୍ଡକୁ ନିଅନ୍ତୁ ବୋଲି ପିସିସି ସଭାପତି କହିଛନ୍ତି।

{"id":73934}

ଏପରିକି ମହିଳା କଂଗ୍ରେସର ୫ଜଣିଆ ଟିମ୍ MKCGରେ ପହଞ୍ଚି ନାବାଳିକା ମାଆର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଖୁବ୍‌ଶିଘ୍ର ବିଜେପି ଅନୁସୂଚିତ ଜାତି ସେଲ୍ର ଏକ ଟିମ୍‌ ପୀଡିତାର ସ୍କୁଲ ଯାଇ ସ୍ଥିତି ଅନୁଧ୍ୟାନ କରିବ ବୋଲି ଜଣାପଡିଛି। କନ୍ଧମାଳ ଦାରିଙ୍ଗବାଡିର ସେବାଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଟଏଲେଟ୍‌ରେ ସନ୍ତାନ ପ୍ରସବ ପରେ ନାବାଳିକା ମା ଓ ନବଜାତକକୁ ସ୍କୁଲରୁ ତଡି ଦେଇଥିଲେ କର୍ତ୍ତୃପକ୍ଷ।

{"id":73935}

ଥଣ୍ଡାରେ ଜଙ୍ଗଲରେ ମା ଓ ଶିଶୁ ରାତି ସାରା ପଡିରହିଥିଲେ। ନ୍ୟୁଜ 7ରେ ଏନେଇ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଥିଲେ ଜିଲ୍ଲା ମଙ୍ଗଳ ଆଧିକାରୀ। ଉଭୟ ମାଆ ଓ ନବଜାତକଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ସଭ୍ୟ ସମାଜକୁ ଯେତିକି ଲଜ୍ଡିତ କରିଛି ବେଟି ବଚାଓ ବେଟି ପଢାଓ ସ୍ଲୋଗାନକୁ ଦେଇଛି ଶକ୍ତ ଚାପୁଡା।

{"id":73936}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.