ଅଷ୍ଟମଶ୍ରେଣୀ ସନ୍ତାନ ପ୍ରସବ ଘଟଣା: ପିଡୀତାଙ୍କୁ ଏମକେସିଜିରେ ଭେଟିଲେ ଶିଶୁ ସୁରକ୍ଷା ଆୟୋଗ, ଆର୍ଥିକ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ କରିବେ ସୁପାରିଶ
15/01/2019 at 5:26 PM

ଫୁଲବାଣୀ ୧୫|୧: କନ୍ଧମାଳ ଛାତ୍ରୀଙ୍କ ପ୍ରସବ ଘଟଣାରେ ବ୍ରହ୍ମପୁର ଏମକେସିଜିରେ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପ୍ରତିନିଧି ଦଳ । ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ପ୍ରଧାନ । ପୀଡିତାଙ୍କୁ ସୁରକ୍ଷା ଯୋଗାଇଦେବା ସହ ତାଙ୍କର ପାଠପଢା ପ୍ରତି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ସମସ୍ତ ଆବାସିକ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କ କ୍ୟାରିୟର ରେକର୍ଡ ଯାଞ୍ଚ କରାଯିବ।

ଖୁବ୍ ଶୀଘ୍ର ନୂତନ ଗାଇଡ୍ ଲାଇନ୍ ଅଣାଯାଇ ତାକୁ ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ପୀଡିତାଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ଖୁବ୍ ଶୀଘ୍ର ସହାୟତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସେହିଭଳି ବ୍ରହ୍ମପୁର, ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ପୋଲିସ ଜିଲ୍ଲାକୁ ନେଇ ଗଠିତ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ପୋଲିସ ରେଂଜ୍ ରେ ଆଗକୁ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନହେବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି କନ୍ଧମାଳ ଏସପି ।
