ଶୀଘ୍ର ଜେଲ୍‌ରୁ ମୁକୁଳିବେ ଦାରା ସିଂହ ! କେସ୍ ଲଢିବେ ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ

Published By : Prameya-News7 Bureau | November 19, 2021 IST

କେନ୍ଦୁଝର ୧୯।୧୧: କେନ୍ଦୁଝର ଜିଲ୍ଲାର ମନୋହରପୁର ଠାରେ ମିଶନାରୀ ଗ୍ରାହାମ୍ସ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁତ୍ରଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଓରଫ ରବିନ୍ଦ୍ର କୁମାର ପାଲ ଏବେ କେନ୍ଦୁଝର ଜେଲରେ ଆଜୀବନ ସଜ୍ଜା କାଟି ସାରିବା ପରେ ମଧ୍ୟ ଆହୁରି ସାତ ବର୍ଷରୁ ଅଧିକ ସମୟ ଜେଲରେ କାଟିଲାଣି ।  ଏବେ ଦାରା ସିଂହଙ୍କୁ ଜେଲରୁ ମୁକୁଳାଇବା ପାଇଁ କେନ୍ଦୁଝର ଜେଲ୍‌ରେ ଆସି ପହଞ୍ଚିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଡ. ଏ.ପି.ସିଂହ। ଏପି ସିଂହ ହେଉଛନ୍ତି ସେହି ଓକିଲ ଯିଏ ବହୁ  ଚର୍ଚ୍ଚିତ ନିଭୟା କେସ୍‌ର ଦୋଷୀଙ୍କ ପକ୍ଷରୁ ମାମଲା ଲଢୁଥିଲେ।

{"id":546701,"sizeSlug":"full","linkDestination":"none"}

ଧର୍ମରକ୍ଷକ ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ  ଜୈନ। ଏମାନେ ଦିଲ୍ଲୀରୁ ଆସି ଆଜି କେନ୍ଦୁଝର ଜେଲରେ ଦାରା ସିଂହଙ୍କୁ ଭେଟିଛନ୍ତି। ତାଙ୍କ ସହ ଆଲୋଚନା କରିବା ସହ ତାଙ୍କ ଠାରୁ କିଛି ଦସ୍ତାବିଜ ଓ ଓକିଲାତ ନାମା ଦସ୍ତଖତ କରିଛନ୍ତି। ଏହାକୁ ନେଇ ଓକିଲ ଏପି ସିଂହ ଦାରା ସିଂହଙ୍କ ପାଇଁ ସୁପ୍ରିମକୋର୍ଟ ଯିବେ ଓ ତାଙ୍କୁ ଖୁବ ଶୀଘ୍ର ଜେଲରୁ ମୁକୁଳାଇବେ ବୋଲି କହିଛନ୍ତି।

ଆଇନଜୀବି ସିଂହଜଙ୍କର କହିବା କଥା ଏପରି କୌଣସି ନିୟମ ନାହିଁ ଯେଉଁଥିଲେ ୧୪ ବର୍ଷରୁ ଅଧିକ ଆଜୀବନ ସଜ୍ଜାର ପ୍ରାବଧାନ ରହିଛି । ଦାରା ସିଂହ ୨୨ ବର୍ଷରୁ ଅଧିକ ସମୟ ଧରି ଜେଲରେ ରହି ସାରିଲେଣି। ତେଣୁ ସୁପ୍ରିମକୋର୍ଟରେ କେସ ଲଢି ତାଙ୍କୁ ଖୁବ୍ ଶୀଘ୍ର ଜେଲ୍‌ରୁ ମୁକ୍ତ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୈତିକ ଆକ୍ରୋଶ ରଖି କେସ୍‌ର ଠିକ ଭାବରେ ତର୍ଜ୍ଜମା ବା ଫେୟାର ଟ୍ରାଏଲ ହୋଇ ନାହିଁ ।

{"id":546702,"sizeSlug":"full","linkDestination":"none"}

କେସର ଟ୍ରାଏଲ ସମୟରେ ଅଷ୍ଟ୍ରେଲିଆ କନସୋଲେଟ ଆସି କୋର୍ଟରେ ଉପସ୍ଥିତ ରହୁଥିଲେ। ତେଣୁ ଅଷ୍ଟ୍ରେଲିଆର ଚାପରେ ନିର୍ଦ୍ଦୋଷ ଦାରା ସିଂହକୁ ସଜ୍ଜା ଦିଆଯାଇଛି । ତେଣୁ ସେ ଏବେ ସୁପ୍ରିମକୋର୍ଟକୁ ଯାଇ ଦାରାଙ୍କୁ ଜେଲ ରୁ ମୁକ୍ତ କରିବେ ବୋଲି ଓକିଲ ଏପି ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.