ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଗୁଳିବିଦ୍ଧ ଦନ୍ତାର ଚାଲିଛି ଚିକିତ୍ସା, ସ୍ୱାସ୍ଥ୍ୟାବସ୍ଥାରେ ହେଉନି ଉନ୍ନତୀ, ଖାଇପାରୁନି ଖାଦ୍ୟ

10/06/2022 at 10:49 AM

ଆଠଗଡ ୧୦/୦୬: ତିନି ଦିନ ହେଲା ଗୁଳିବିଦ୍ଧ ହାତୀର ଚାଲିଛି ଚିକିତ୍ସା । ସ୍ୱାସ୍ଥ୍ୟବସ୍ଥାରେ ଆସିନି ଉନ୍ନତି । ନରସିଂହପୁର ପଶ୍ଚିମାଅଞ୍ଚଳ ରେଞ୍ଜ ଅଧିନ ଜୟପୁର ସଂରକ୍ଷିତ ଜଙ୍ଗଲରେ ଗୁଳିବିଦ୍ଧ ହାତୀର ଚିକିତ୍ସା ଚାଲିଛି । ହାତୀର ସ୍ୱାସ୍ଥ୍ୟବସ୍ଥାରେ ବିଶେଷ ଉନ୍ନତି ଆସିନଥିବା ବେଳେ ହାତୀର ଚିକିତ୍ସା ଜାରି ରହିଛି । ତିନି ଦିନ ହେଲାଣି ହାତୀଟି ଆଦୌ ଉଠି ପାରୁ ନାହିଁ ।

ଗୁରୁବାର ହାତୀକୁ ଆଖୁ ରସ, ମାଣ୍ଡିଆ, ଗୂଡ଼,ଗହମ ଗୁଣ୍ଡ,ଆମ୍ବ, ତରଭୁଜ, ଆଦି ଖାଇବା ପାଇଁ ଦିଆଯାଇଛି । କିନ୍ତୁ ହାତୀଟି ସମସ୍ତ ଖାଦ୍ୟ ସମ୍ପୂର୍ଣ୍ଣ ଭାବେ ଖାଇ ପାରୁ ନାହିଁ । ଆଜି ହାତୀଟି କିଛି ଖାଦ୍ୟ ଖାଉ ନଥିବାରୁ ନିସ୍ତେଜ ହେଇଯାଉଥିବା ସୂଚନା । ଯଦିଓ ନନ୍ଦନକାନନ ରୁ ଆସିଥିବା ବିଶେଷଜ୍ଞ ଦଳ, ସାତକୋଶିଆ ଏବଂ ନରସିଂହପୁର ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ହାତୀର ଚିକିତ୍ସା କରାଯାଉଛି ।

କିନ୍ତୁ ଏପର୍ଯ୍ୟନ୍ତ ହାତୀଟି ସମ୍ପୂର୍ଣ୍ଣ ଠିଆ ହୋଇ ପାରିନାହିଁ ପାରିନାହିଁ। ଠିଆ ହେବା ପାଇଁ ଦେହରେ ଶକ୍ତି ନାହିଁ। ବନ ବିଭାଗ ପକ୍ଷରୁ ଜେସିବି ମାଧ୍ୟମରେ ହାତୀକୁ ଉଠେଇବା ପାଇଁ ଚେଷ୍ଟା କରାଯାଇଥିଲା । ମାତ୍ର ବନ ବିଭାଗ କୁ ବିଶେଷ ସଫଳତା ମିଳିନାହିଁ । ଆଠଗଡ ବନ ଖଣ୍ଡ ଅଧିକାରୀ ସୁଦର୍ଶନ ଯାଦବ,ଏ ସି ଏଫ୍ ଘନଶ୍ୟାମ ମୁଲୁଲି,ଙ୍କ ସମେତ ବିଶେଷଜ୍ଞ ଦଳ ଉପସ୍ଥିତ ରହି ହାତୀର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

   Related Posts