ତୋଲକୋଇରେ ଗୋଠଛଡା ଦନ୍ତାର ଉତ୍ପାତ, ଘରଭାଙ୍ଗି ଖାଇଗଲା ଧାନଚାଉଳ

Published By : Prameya-News7 Bureau | January 25, 2023 IST

ତେଲକୋଇ ୨୫/୦୧: ତେଲକୋଇ ରେଞ୍ଜରେ ଦନ୍ତା ହାତୀର ଉତ୍ପାତ । ଦୁଇଦିନରେ ତିନୋଟି ଘର ଭାଙ୍ଗି ନଷ୍ଟ କଲାଣି ଧାନଚାଉଳ ଓ ପନିପରିବା ଫସଲ । ଗାଁ ନିକଟ ବେଆଇନ ପଥର ଖଣିରେ ବ୍ଲାଷ୍ଟିଙ୍ଗ ଯୋଗୁଁ ଗାଁ ମୁହାଁ ଦନ୍ତା ହାତୀ । ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ମଙ୍ଗଳବାର ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜର ଦୋବଲାପାଳ ଗାଁରେ ଗୋଠଛଡା ଦନ୍ତା ପଶି ରସାନନ୍ଦ ସାହୁ ଓ ରାମଚନ୍ଦ୍ର ପ୍ରଧାନଙ୍କ ଘରର ଝରକା ଭାଙ୍ଗି ଧାନବସ୍ତା ଟେକି ନେଇ ଖାଇଯାଇଥିଲା । ଏଥିସହ ଗାଁର ଗଡୁଆ ପାତ୍ର, ବଳରାମ ପାତ୍ରଙ୍କ ଆଳୁ ଫସଲ ନଷ୍ଟ କରିବା ସହ ଭଗବାନ ପ୍ରଧାନଙ୍କ କଦଳୀ ବଗିଚାକୁ ଦଳିମକଚି ନଷ୍ଟ କରିଦେଇଛି ଦନ୍ତାହାତୀ ।

ଗାଁ ପାଖ ତେଲକୋଇ-ପାଲ୍ଲହଡା ହାତୀ କରିଡର ନିକଟରେ ଥିବା ବେଆଇନ ପଥର ଖଣିରେ ରାତ୍ରି ସମୟରେ ବ୍ଲାଷ୍ଟିଙ୍ଗ ଯୋଗୁଁ ବାଟବଣା ହୋଇ ଗାଁ ଭିତରକୁ ଦନ୍ତାହାତୀ ପଶି ଆସି ଘର ଓ ଫସଲ ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.