୭ ଦିନର ସଂଘର୍ଷ ପରେ ଆଖିବୁଜିଲା ଦନ୍ତା, ଲିଭର ସମସ୍ୟା ହେତୁ ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | June 16, 2022 IST

ଅନୁଗୁଳ ୧୬/୦୬: ୭ ଦିନର ଜୀବନ ମୃତ୍ୟୁ ସହ ସଂଗ୍ରାମ ପରେ ଶେଷରେ ସାତକୋଶିଆ ଅଭୟାରଣ୍ୟ ଜୁକୁବ ନିକଟରେ ଚିକିତ୍ସାଧିନ ଅବସ୍ଥାରେ ଏକ ଦନ୍ତାହାତୀର ମୁତ୍ୟୁ ହୋଇଛି। ହାତୀଟିର ପେଟ ଜନିତ ସମସ୍ୟା ଥିଲା ବୋଲି ପ୍ରାଣୀ ଚିକିତ୍ସକ ପକ୍ଷରୁ ସୂଚନା ମିଳିଛି । ହାତୀର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା, ସେହି ରିପୋର୍ଟ ଅନୁସାରେ ହାତୀର ଲିଭର ଜନିତ ସମସ୍ୟା ଥିଲା ବୋଲି ସୂଚନା ମିଳିଛି ।

ସେ ଅତ୍ୟଧିକ ମହୁଲ ପୋଚ ଖାଇଥିବା ଯୋଗୁଁ ଜୁକୁବ ଜଙ୍ଗଲରେ ପଡି ରହିଥିଲା । ତାକୁ ୨ ଜଣିଆ ଡାକ୍ତରୀ ଟିମ ଚିକିତ୍ସା କରୁଥିଲେ କିନ୍ତୁ ସ୍ବାସ୍ଥ୍ୟରେ ସୁଧାର ଆସିନଥିଲା । ଶେଷରେ ତାର ମୁତ୍ୟୁ ହୋଇଛି । ମୁତ୍ୟୁ ବେଳକୁ ତାକୁ ୨୦ ବର୍ଷ ହୋଇଥିବା ବନ ବିଭାଗ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.