ଟିମ୍ ହୋଇ ଖେଳନ୍ତି କିନ୍ତୁ ଗୋଟେ ଟେବୁଲ୍‌ରେ ବସନ୍ତିନାହିଁ : କାନେରିଆଙ୍କୁ ନିର୍ଯାତନା ,ଅଖତର ଖୋଲିଦେଲେ ଗୁମର

Published By : Prameya-News7 Bureau | December 27, 2019 IST

ନୂଆଦିଲ୍ଲୀ ୨୭।୧୨: ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କୁ ଭେଦଭାବ କରାଯାଇଥିବା ଖବର ସାମ୍ନାକୁ ଆସିଛି ।ପାକିସ୍ତାନର ପୂର୍ବତନ ସ୍ପିନର ଦାନିଶ କାନେରିଆ ହିନ୍ଦୁ ହୋଇଥିବାରୁ ତାଙ୍କୁ ଜାତୀୟ ଟିମ୍‌ରେ ଖେଳୁଥିବା ସମୟରେ ତାଙ୍କ ସହ ଭେଦଭାବ କରାଯାଇଥିଲା ବୋଲି ପାକିସ୍ତାନର ଏକ  ଘରୋଇ ଟିଭି ଚ୍ୟାନେଲରେ ସୋଏବ ଅଖତାର କହିଛନ୍ତି । ଜାତିଆଣ ଭେଦଭାବ ପ୍ରସଙ୍ଗରେ ଦାନିଶ କାନେରିଆ ମୁହିଁ ଖୋଲି କହିଛନ୍ତି । ସେ ସେହି ପାକିସ୍ତାନୀ କ୍ରିକେଟରଙ୍କ ନାମ ସର୍ବସମ୍ମୁଖରେ କହିବେ,  ଯେଉଁମାନେ ତାଙ୍କ ସହ ଭେଦଭାବ କରିବା ଘଟଣାରେ ସମ୍ପୃକ୍ତ ଥିଲେ । ସେ ହିନ୍ଦୁ ହୋଇଥିବାରୁ ତାଙ୍କ ସହିତ କେହି ଖାଇବାକୁ ମନା କରିଦେଇଥିଲେ କିଛି ଖେଳାଳି ।  କାନେରିଆ ଏହା ମଧ୍ୟ କହିଛନ୍ତି ଯେ, ଶୋଏବ ଅଖତାର ଓ ଇଞ୍ଜମାନ-ଉଲ-ହକ୍ , ମହମ୍ମଦ ୟୁସୁଫ ସବୁବେଳେ ମୋ ସପକ୍ଷରେ ରହୁଥିଲେ । ଯେଉଁମାନେ ମୋତେ ଅସହଯୋଗ କରିଥିଲେ , ସେମାନଙ୍କ ନାମ ମୁଁ ଖୁବଶୀଘ୍ର ଘୋଷଣା କରିବି ।

{"id":203411,"width":577,"height":433,"sizeSlug":"large"}

ସୋଏବ ଅଖତାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି କାନେରିଆ ।  ସୋଏବ ଅଖତାର ଜଣେ ମହାନ ଖେଳାଳି । ଯେତେବେଳେ ସେ ବୋଲିଁ କରୁଥିଲେ , ସେତେବେଳେ ନିଜ ବୋଲିଂ ପରି ମଧ୍ୟ ସମସ୍ତ କଥା ରୋକଠୋକ କହୁଥିଲେ । ମୁଁ ଖେଳିବା ସମୟରେ ଏହି ପ୍ରସଙ୍ଗରେ ତାଙ୍କୁ କହିବା ପାଇଁ ସାହାସ କରିନଥିଲି। କିନ୍ତୁ ସୋଏବ ଅଖତାରଙ୍କ ବୟାନ ଏବେ ସାମ୍ନାକୁ ଆସିଛି । ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଉଛି ।

{"id":203412,"sizeSlug":"large"}

ସୂଚନାଯୋଗ୍ୟ ଯେ , ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସୋଏବ ଅଖତାର । ସେହି କାର୍ଯ୍ୟକ୍ରମରେ ପାକିସ୍ତାନରେ ହିନ୍ଦୁ ଖେଳାଳିଙ୍କ ପ୍ରତି ଭେଦଭାବ କରାଯାଉଥିବା ପ୍ରସଙ୍ଗ ଉଠାଇଥିଲେ। ଅଖତାର ଏହା ମଧ୍ୟ କହିଥିଲେ ଯେ, ଦାନିଶ କାନେରିଆ ଯେତେବେଳେ ପାକିସ୍ତାନ ଜାତୀୟ ଟିମ୍‌ର ସଦସ୍ୟ ଥିଲେ । ସେତେବେଳେ ସେ ହିନ୍ଦୁ ହୋଇଥିବାରୁ ତାଙ୍କ ପ୍ରତି ଜାତିଆଣ ଭେଦଭାଦ କରାଯାଇଥିଲା ।

wp:core-embed/twitter {"url":"https://twitter.com/navneet_mundhra/status/1210181137621905408","type":"rich","providerNameSlug":"twitter","className":""}
https://twitter.com/navneet_mundhra/status/1210181137621905408
/wp:core-embed/twitter

୨୦୦୦ ମସିହାରେ ପାକିସ୍ତାନ ପକ୍ଷରୁ ଡେବ୍ୟୁ କରିଥିବା ଦାନିସ୍ କାନେରିଆ ଜଣେ ସ୍ପିନର ଭାବରେ ଟେଷ୍ଟ ଟିମରେ ସାମିଲ ହୋଇଥିଲେ। ଦାନିଶ ୬୧ ଟି ଟେଷ୍ଟ ମ୍ୟାଚ ଖେଳି ୨୬୧ ୱିକେଟ୍ ଦଖଲ କରିଛନ୍ତି । ସେହିପରି ୧୮ଟି ଦିନିକିଆ ମ୍ୟାଚ ଖେଳି ୧୫ଟି ଓ୍ବିକେଟ ଦାଖଲ କରିଛନ୍ତି । ପରେ ସ୍ପଟ ଫିକ୍ସିଂ ମାମଲାରେ ଛନ୍ଦି ହୋଇ ଜାତୀୟ ଟିମ୍‌ରୁ ବାଦ ପଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.