ନୂଆଦିଲ୍ଲୀ ୨୮/୦୨: ଏଟିପି ଟେନିସ ରାଙ୍କିଂର ପୁରୁଷ ବର୍ଗରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ଋଷର ଡାନିଲ ମେଦଭେଦେବ । ପ୍ରଥମ ସ୍ଥାନ ହାସଲ କରିବାରେ ସେ ଦୁନିଆର ୨୭ ତମ ଖେଳାଳି ହୋଇଛନ୍ତି । ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନୋଭାକ ଜୋକୋଭିକଙ୍କୁ ହଠାଇ ସେ ଶୀର୍ଷରେ ପହଞ୍ଚିଛନ୍ତି। ସର୍ବିଆର ଏହି ଖେଳାଳି ରେକର୍ଡ ୩୬୧ ସପ୍ତାହ ପର୍ଯ୍ୟନ୍ତ ରାଙ୍କିଂର ଶୀର୍ଷରେ ରହିଥିଲେ।
ୟୁଏସ ଓପନ ୨୦୨୧ର ଚାମ୍ପିୟନ ମେଦଭେଦେବ ଗତ ୧୮ ବର୍ଷ ତିନି ସପ୍ତାହ ଏବଂ ଛଅ ଦିନ ପରେ ଜୋକୋଭିକ, ରୋଜର ଫେଡର, ରାଫେଲ ନାଡାଲ ଏବଂ ଆଣ୍ଡି ମୁରେଙ୍କ ପରେ ଏକ ନମ୍ୱର ରାଙ୍କିଂ ହାସଲ କରିବାରେ ପଞ୍ଚମ ଖେଳାଳି ହୋଇଛନ୍ତି।
ପୁରୁଷ ଟେନିସରେ ଶେଷ ଥର ପାଇଁ ନୂଆ ଏକ ନମ୍ୱର ଖେଳାଳି ୫ ତଳେ ମିଳିଥିଲା । ୨୦୧୬ରେ ଆଣ୍ଡି ମୁରେ ରାଙ୍କିଂର ଶୀର୍ଷରେ ପହଞ୍ଚିଥିଲେ। ମେମେଦଭେଦେବ ରାଙ୍କିଂରେ ଶୀର୍ଷ ସ୍ଥାନରେ ପହଞ୍ଚିବାରେ ତୃତୀୟ ଋଷ ଖେଳାଳି।